?????

ସାଇନିଂ ଷ୍ଟାରକୁ ହରାଇଲା ଶିକ୍ଷା କ୍ରିକେଟ୍ ଏକାଡେମୀ

ଝାରସୁଗୁଡା: ସାଇନିଂ ଷ୍ଟାରକୁ ହରାଇଲା ଶିକ୍ଷା କ୍ରିକେଟ୍ ଏକାଡେମୀ । 1 ରନରେ ମ୍ୟାଚ ଜିତିଛି ଶିକ୍ଷା କ୍ରିକେଟ୍ ଏକାଡେମୀ। ଝାରସୁଗୁଡାର ବିଟିଏମ୍ ଗ୍ରାଉଣ୍ଡରେ ଖେଳାଯାଉଥିଲା ଏହି ମ୍ୟାଚ। ଯାହାର ଆୟୋଜକ ଥିଲା ଫ୍ରଣ୍ଚ କ୍ରିକେଟ୍ ଏକାଡେମୀ।

ଶିକ୍ଷା କ୍ରିକେଟ ଏ଼କାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦଳ 27 ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ 126 ରନ୍ କରିଥିଲା। ଦଳ ପକ୍ଷରୁ ବଳରାମ ନାଗ 23ଟି ବଲରେ 43 ରନ୍ କରିଥିଲେ। ସେହିପରି ପ୍ରିୟାଂଶୁ ନାୟକ 18 ବଲରେ 20 ରନ୍ କରିଥିଲେ। ସେହିପରି ସାଇନିଂ ଷ୍ଟାର ଟିମରୁ ନିଖିଳେଶ ସାହୁ 7 ଓଭରରେ 13 ରନ୍ କରି 3ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଲକ୍ଷ୍ମୀକାନ୍ତ ଶୁକ୍ଳା 6 ଓଭରରେ 3ଟି ଓ୍ୱିକେଟ୍ ନେଇ 20 ରନ୍ କରିଥିଲେ।

ପରେ 127 ରନର ପିଛା କରୁଥିବା ସାଇନିଂ ଷ୍ଟାର ଦଳ 35 ଓଭରରେ ମାତ୍ର 125 ରନ୍ କରିପାରିଥିଲା। କରଣ ସୋନି 49 ବଲ୍ରୁ 22 ଓ ଲକି କେ ସିଂହ 21 ବଲ୍ରୁ 18 ରନ୍ କରିଥିଲେ। ଶିକ୍ଷା କ୍ରିକେଟ ଏକାଡେମୀ ପକ୍ଷରୁ ଆୟୁଷ୍ମାନ ଚୌଧୁରୀ 4 ଓ୍ୱିକେଟ୍ ନେଇଥିବା ବେଳେ 5 ଓଭରରେ 1 ମେଡେନ ସହିତ 14 ରନ୍ ଦେଇଥିବା ବେଳେ ଓମ୍ ସକୁନିଆ 4 ଓ୍ୱିକେଟ୍ ନେବା ସହ 7 ଓଭରରେ 27 ରନ୍ ଦେଇଥିଲେ।

ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୟୁଷ୍ମାନ ଚୌଧୁରୀଙ୍କୁ ମିଳିଥିଲା। ଜୀବନ ମହାନ୍ତିଙ୍କ ସହ ଝାରସୁଗୁଡ଼ା ଏଡିଏମ୍ ପ୍ରବୀର କୁମାର ନାୟକ ମ୍ୟାଚ୍କୁ ଉଦଘାଟନ କରିଥିଲେ।

Related Articles

Leave a Reply

Back to top button
error: Content is protected !!