?????

ଓଡ଼ିଶାରେ ଆଗୁଆ ଆସିବ ମୌସୁମୀ !

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ସ୍ୱାଭାବିକ ସମୟ ଜୁନ ୧ର ଚାରି ଦିନ ପୂର୍ବରୁ ଅର୍ଥାତ ମେ ୨୭ରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସେପଟେ ଏହାର ପ୍ରଭାବରେ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କେରଳର ଦୁଇଟି ଜିଲ୍ଲାକୁ ରେଡ୍ ଆଲର୍ଟ ଏବଂ ୬ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

କେରଳରେ ୫ ଦିନ ଆଗରୁ ମୌସୁମୀ ଛୁଇଁବ ବୋଲି ଆକଳନ ହୋଇଛି ତେଣୁ ଓଡ଼ିଶାରେ ମଧ୍ୟ ଆଗୁଆ ମୌସୁମୀ ଛୁଇଁବ ବୋଲି ସୂଚନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୬ କିମ୍ବା ଜୁନ୍ ୭ ରେ ଓଡିଶାକୁ ଛୁଇଁବାର ସମ୍ଭାବନା ରହିଛି । ସୋମବାର ପାଣିପାଗ କାର୍ୟ୍ୟାଳୟ ଏହି ସୂଚନା ଦେଇଛି। ଯାହାକି ଚାଷୀ କୂଳଙ୍କ ପାଇଁ ଖୁସି ଖବର।

ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି। ନିମ୍ନ ଟ୍ରପୋସ୍ପେରିକ ଏରିଆରେ ଦକ୍ଷିଣ ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି କରିଛି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର।

ବରିଷ୍ଠ ଆଇଏମଡି ବୈଜ୍ଞାନିକ ଆର.କେ ଜେନାମାଣୀଙ୍କ ଅନୁଯାୟୀ ମୌସୁମୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ଯାଇ ବର୍ତ୍ତମାନ ଆଣ୍ଡାମାନ ସମୁଦ୍ର ଉପରେ ରହିଛି। ମୌସୁମୀ ଆଣ୍ଡାମାନ ସାଗର ଉପରେ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି।

ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ପର୍ୟ୍ୟନ୍ତ ଏବଂ ପୂର୍ବ ଭାରତକୁ ନିମ୍ନ ଟ୍ରପୋସ୍ପେରିକ୍ ସ୍ତରରେ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବଳ ପବନ ହେତୁ ବିହାର, ଝାଡଖଣ୍ଡ, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବଜ୍ରପାତ, ପ୍ରବଳ ପବନ ଆଗାମୀ ୪ ଦିନରେ ହେବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!