?????

ଜିଲ୍ଲା କଂଗ୍ରେସ ପକ୍ଷରୁ ନେହରୁଙ୍କ ପୂଣ୍ୟତିଥି ପାଳିତ

ଝାରସୁଗୁଡ଼ା: ଗୁରୁବାର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ 57 ତମ ପୂଣ୍ୟତିଥି ଥିଲା। ଏହି ଅବସରେ ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ହୋଇଯାଇଛି ଶ୍ରଦ୍ଧାଞ୍ଜଳୀ ସଭା। ପଣ୍ଡିତ ଜବାହରଲାଲ ନେହରୁଙ୍କ ପୂଣ୍ୟତିଥି ଅବସରରେ କଂଗ୍ରେସ ବିଭିନ୍ନ ସ୍ଥାନରେ କରୋନା ନିୟମ ଅନୁଯାୟୀ ପୂଣ୍ୟତିଥିର ଆୟୋଜନ କରିଥିଲା। ଏହି ଅବସରରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଏହି ପୂଣ୍ୟତିଥି ସଭା ଆୟୋଜନ କରିଥିଲା।

ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ସଭାପତି ଭରତ ଅଓ୍ୱସ୍ତି, ସାଧାରଣ ସମ୍ପାଦକ ମନୀଷ ବାଜପେୟୀ, ରାଜେଶ ଶୁକ୍ଳା, ଭିକୁ ଖେତାନ, ଭାଗିରଥ ପାତ୍ର ଉପସ୍ଥିତ ଥିଲେ।

ନେହରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ସେ 27 ମଇ 1964 ରେ 74 ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ। ପିଲାମାନେ ତାଙ୍କୁ ସ୍ନେହରେ ଚାଚା ନେହରୁ ବୋଲି ଡାକୁଥିଲେ। ସେଥିପାଇଁ ତାଙ୍କ ଜନ୍ମଦିନ ପ୍ରତିବର୍ଷ 14 ନଭେମ୍ବରରେ ଶିଶୁ ଦିବସ ଭାବରେ ପାଳନ କରାଯାଏ।

Related Articles

Leave a Reply

Back to top button
error: Content is protected !!