ଜିଲ୍ଲା ଇ.ପି.ଏଫ୍ ପେନସନର୍ସ ସଂଘର ବୈଠକ

ଝାରସୁଗୁଡ଼ା: ଅଲ ଓଡିଶା ଇ.ପି.ଏଫ୍ ପେନସନର୍ସ ସଂଘର ଝାରସୁଗୁଡ଼ା ଜିଲ୍ଲା ଶାଖାର ଏକ ବୈଠକର ଅନୁଷ୍ଠିତ ହୋଇଯାଇଛି । ପୁରୁଣା ବସ୍ତି ନବଯୁବକ ସଂଘ ଠାରେ ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଶରତ କୁମାର ପାଣି ଓ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ସଂଯୋଜକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସଂଯୋଜନା କରିଥିଲେ।
ବୈଠକରେ ସର୍ବ ନିମ୍ନ ପେନସନ ୯୦୦୦ଟଙ୍କା ପ୍ରଦାନ କରିବା,ଆୟୂଷ୍ମାନ୍ ଭାରତ ଯୋଜନାରେ ସାମିଲ କରିବା, ସାମାଜିକ ସୁରକ୍ଷା ପ୍ରଦାନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ମର୍ମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ଆସନ୍ତା ନଭେମ୍ବର 16 ତାରିଖ ଦିନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ୨୦୨୧ ଓ ୨୦୨୨ ମସିହା ପାଇଁ କର୍ମ କର୍ତ୍ତା ମନୋନୀତ କରାଯାଇଛି।
ଅଶୋକ କୁମାର ମହାପାତ୍ର ସଭାପତି, ଶ୍ରୀ ପ୍ରଦୀପ କୁମାର ମେହେର ଉପସଭାପତି, ଶ୍ରୀ ଜିତେନ୍ଦ୍ର ବେହେରା ସଂପାଦକ, ଶ୍ରୀ ଦେବେନ୍ଦ୍ର ମୋହନ ପଣ୍ଡା ଓ ଶ୍ରୀ ନିତ୍ୟାନନ୍ଦ ସାହୁ ସହ ସମ୍ପାଦକ, ଶ୍ରୀ ଜଗଦୀଶ ପ୍ରସାଦ ନାୟକ କୋଷାଧ୍ୟକ୍ଷ, ଶ୍ରୀ ଉମାକାନ୍ତ ସରାଫ୍, ଶ୍ରୀ ଅନୀଲ କୁମାର, ଶ୍ରୀ ପଞ୍ଚାନନ ନାୟକ, ଶ୍ରୀ ଭୋଜରାଜ କାଲୋ ଓ ଶ୍ରୀ ଡିଲେଶ୍ୱର ସାହୁ ଙ୍କୁ କାର୍ଯ୍ୟକାରି ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।