?????

ଦୁଲୁକିଲା ଦୁଲୁଦୁଲି ମଞ୍ଚ

ଝାରସୁଗୁଡା: ଆରମ୍ଭ ହୋଇଛି ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଲୁଦୁଲି l କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି କାର୍ଯ୍ୟକ୍ରମ ଏଥର ଜିଲ୍ଲା ତରଫରୁ ବଡ଼ ଧୁମଧାମରେ ଆରମ୍ଭ ହୋଇଛି l ଯାହାକୁ ଜିଲ୍ଲା ବାସୀ ମଧ୍ୟ ବେଶ ଉତ୍ସୁକତାର ସହ ଅପେକ୍ଷା କରିଥିଲେ l

ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି ଅନୁଷ୍ଠିତ ହୋଇ ଆସିଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି। ଓଡିଶୀ, ସମ୍ବଲପୁରୀ ନୃତ୍ୟ ସହିତ ବିଭିନ୍ନ ଲୋକ ନୃତ୍ୟକୁ ନେଇ ଆରମ୍ଭ ହୋଇଥିଲା ଦୁଲଦୁଲି। ପ୍ରଥମ ଦିନରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।

ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟୟ ସରୋଜ କୁମାର ସାମଲ ସମେତ ଅତିରିକ୍ତ ପ୍ରବୀର ନାଏକ, ଲଙ୍କେଶ୍ୱର ଆମାତ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଦୁଲଦୁଲିର ସଂଯୋଜକ ତାପସରାୟ ଚୌଧୁରୀ ସମେତ ଜିଲ୍ଲାର ଅନେକ ଗନ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ବାହାରି ନବ ଦୂର୍ଗାମନ୍ଦିର ପାଖରେ ପହଞ୍ଚି ମାଁ ଦୂର୍ଗାକୁ ଆହ୍ୱାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅନେକ ଲୋକ ଓ ସାଂସ୍କୃତିକ ଦଳ ଯୋଗ ଦେଇଥିଲେ ।

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ପ୍ରଥମ କରି ଜାନୁଆରୀ ପହିଲା ବଦଳରେ ସରବାହାଲ ପଡ଼ିଆରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ , ଝାରସୁଗୁଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ପଟେଲ ଉପସ୍ଥିତ ରହିଥିବାବେଳେ ସଭାକାର୍ଯ୍ୟକୁ ତାପସରାୟ ଚୌଧିରୀ ପରିଚାଳନା କରିଥିଲେ । ସଂସ୍କୃତି, କଳା, ଶିଳ୍ପ ଓ ଆଧୁନିକତାର ପ୍ରତିକ ହେଉଛି ଝାରସୁଗୁଡ଼ା ଜିଲା । ଝାରସୁଗୁଡ଼ା ହେଉଛି ମିନି ଇଣ୍ଡିଆ ଏଠି ଭାଇଚାରା ସହିତ ସମସ୍ତ ପର୍ବ ପର୍ବାଣୀ ଫଳନ ହୁଏ ବୋଲି ଅତିଥି ମାନେ କହିଥିଲେ ।

ଦୁଲଦୁଲିର ମୁଖପତ୍ର ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ନୋଚନ କରାଯାଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଝାରସୁଗୁଡ଼ା ସୃଜନୀ ପରିବାର ପକ୍ଷରୁ ଅବହ ଆଳତୀ ଭରନି ନୃତ୍ୟ ପରିବେଷଣ କରାଯାଇଥିଲା. ପରେ ଭୂବନେଶ୍ୱରର ନୃତ୍ୟ ଧାମର କଳାକାର ମାନେ ପରିବେଷଣ କରିଥରଲେ ଦଶ ମହାଧାମ । ବରଗଡ଼ ଗାଇସିଲେଟର କଳାକାର ମାନେବଜନିଆଁ ଭାବେ ରସରକେଲି,ରାଜସ୍ଥାନ ବାରମେର ର କଲାକାର ମାନେ ଲୋକ ନୃତ୍ୟ, ବଲାଙ୍ଗିରର ଘୁଡ଼କା ନାଚ, ପଞ୍ଜାବୀ ରୟଲ ଏକାଡେମୀର ଭାଙ୍ଗଡ଼ା ନୃତ୍ୟ, ଗଂଜାମର ଯୋଡ଼ି ଶଂଖ ଓ ଖୋର୍ଦ୍ଧାର ଗୋଟି ପୁଅ ନୃତ୍ୟପରିବେଷଣ କରିଥିଲା ।

ଅନ୍ୟପକ୍ଷରେ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଦ୍ୱାରା ଗ୍ରାମ୍ୟଶ୍ରୀ ଓ ଶିଳ୍ପ ମେଳା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରିବନ କାଟି ଏହି ମେଳାର ଉଦଘାଟନ କରିଥିଲେ । ଚଳିତ ବର୍ଷ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ପାଇଁ ୧୮୦ ଟି ଷ୍ଟଲ, ଦୁଲଦୁଲିର ଫେନସି ଦୋକାନ ପାଇଁ ୧୦୬ ଟି ଷ୍ଟଲ, ୫୦ ଟି ଖାଦ୍ୟପେୟ ଷ୍ଟଲ, କୃଷି ଓ କୃଷି ଯାନ୍ତ୍ରୀକରଣର ୬୦ ଟି ଷ୍ଟଲ ମୋଟ ୩୯୬ ଟି ଷ୍ଟଲ କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ ବିଭାଗ ସହିତ ହସ୍ତତନ୍ତ, ବିଭିନ୍ନ ଏସଏଚଜି ମାନେ ଏହିି ମେଳାରେ ନିଜ ନିିଜ ସାମଗ୍ରୀ ବିକ୍ରି କରିବାର ସୂଯୋଗ ପାଇଥିଲେ । ବିଶେଷ ଭାବରେ ବିଭିନ୍ନ ଜିଲାରୁ ଆସିଥିବା କାରିଗର ମାନେ ନିଜ ସମାଗ୍ରୀ ସହିତ ଭାଗ ନେଇଥିଲେ ।ଏହି ମହୋତ୍ସବ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l

 

Related Articles

Leave a Reply

Back to top button
error: Content is protected !!