ଝାରସୁଗୁଡା: 2014 ମସିହାର ଏକ ଦୁଷ୍କର୍ମ ମାମଲାର ଦଣ୍ଡ ଶୁଣାଇ ଝାରସୁଗୁଡାର ଅତିରିକ୍ତ ସେସନ କୋର୍ଟ ଅଭିଯୁକ୍ତକୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ 5 ହଜାର ଟଙ୍କ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ହରପ୍ରସାଦ ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି।
କୋର୍ଟର ଅତିରିକ୍ତ ସରକାରୀ ଓକିଲ ଗଙ୍ଗାଧର ଗଡ଼ନାୟକ କହିଛନ୍ତି ଯେ 2014 ମସିହା ଡିସେମ୍ୱର 18 ତାରିଖ ଦିନ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। କୋଲାବିରା ଥାନା କେଲଡମାଲ ଗ୍ରାମର ଜଣେ ମହିଳା ପୋଖରୀରେ ଗାଧୋଇବା ବେଳେ ଝସକେତନ ନାମକ ବ୍ୟକ୍ତି ତାଙ୍କ ସହିତ ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ଏମିତିକି କାହାକୁ ଏକଥା କହିଲେ ମୃତ୍ୟୁର ଧମକ ଦେଇଥିଲା ଝସକେତନ। ଏ ନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଝସକେତନକୁ ଗିରଫ କରିଥିଲା। କୋର୍ଟ ଏବେ ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଝସକେତନକୁ 10 ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ 5 ହଜାର ଟଙ୍କା ଜୋରିମାନା କରିଛନ୍ତି। ସେହିପରି ଜୋରିମାନା ନଦେଇ ପାରିଲେ ଆଉ ତିନି ମାସ ଅଧିକ ଜେଲଦଣ୍ଡାଦେଶ ଭୋଗିବାକୁ ହେବ।