?????

କେନ୍ଦ୍ର ଚାଉଳରେ ଲାଗିବ ଷ୍ଟିକର, ଡିଲର ଦେବେ ରସିଦ

ଭୁବନେଶ୍ୱର: କେନ୍ଦ୍ର ସରକାର ଏଣିକି ହିତାଧିକାରୀଙ୍କୁ ମାଗଣାରେ ପିଡିଏସ ସାମଗ୍ରୀ ଯୋଗାଇଦେବେ। ହେଲେ ଏହି ସାମଗ୍ରୀ ଆଣିବା ବେଳେ ହିତାଧିକାରୀ ଏକ ରସିଦ ପାଇବେ। ଯେଉଁଥିରେ ଏହି ଯୋଜନା ସମ୍ପୂର୍ଣ୍ଣ ମାଗଣା ରହିଛି ବୋଲି ଉଲ୍ଲେଖ ରହିବ ଏବଂ ଏହା କେନ୍ଦ୍ର ସରକାର ଦେଉଛନ୍ତି ବୋଲି ଉଲ୍ଲେଖ ରହିବ।

ଚାଉଳକୁ ନେଇ ବିଭିନ୍ନ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବଢିବା ପରେ ମୋଦୀ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ରାଜ୍ୟର ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଯୋଗାଣ ଅଧିକାରୀ। ସେହିପରି ରସିଦର ଫର୍ମାଟ ଖୁବଶୀଘ୍ର କେନ୍ଦ୍ର ସରକାର ପଠାଇବେ ବୋଲି କହିଛନ୍ତି। ସେହିପରି ବାୟୋମେଟ୍ରିକ ବ୍ୟବସ୍ଥା ରହିବ।

ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଡିଲର ଏବଂ କ୍ଷେତ୍ର ଅଧିକାରୀମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରାଯାଇଛି। ହିତାଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ ଯାହାଫଳରେ ସମସ୍ତ ଏନଏଫଏସଏ ହିତାଧିକାରୀମାନେ ଏନଏଫଏସଏ ଯୋଜନାର ଲାଭ ଉଠାଇ ପାରିବେ। ଆଉ ମାଗଣାରେ ଖାଦ୍ୟଶସ୍ୟ ପାଇବା ପାଇଁ ସଚେତନ ହୋଇପାରିବେ।

 

Related Articles

Leave a Reply

Back to top button
error: Content is protected !!