?????
କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡ଼ାର ଝରିଆନାଳ ଅଞ୍ଚଳ ନିକଟରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ପାରି ହେଉଥିବା ବେଳେ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେବାରୁ 60 ବର୍ଷୀୟ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ନାରାୟଣ ମହାପାତ୍ର(60) ପେଶାରେ ଜଣେ ରୋଷେୟା ଥିଲେ। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପଲ୍ଲୀ ଗାଁ। ସେ ହାଇଓ୍ବେ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ।
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ 9ଟା ବେଳେ ନାରାୟଣ ବିଜୁ ଏକ୍ସପ୍ରେସ ଓ୍ୱେ ପାରି ହୋଇ ରାସ୍ତା ଅପରପାଶ୍ୱର୍ରେ କିଛି ଜିନିଷ କିଣିବାକୁ ଯାଉଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଫର୍ଚ୍ୟୁନର କାର (ଓଡି 14 6666) ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ସେ ଘଟଣାସ୍ଥଳରେ ହିଁ ଏହି ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଝାରସୁଗୁଡ଼ା ସଦର ଥାନା ପୁଲିସ କାର୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।