ସେଲୁନ ଖୋଲିବାକୁ ଦାବି ସହ ଆର୍ଥିକ ସହାୟତା ଦାବି

ଝାରସୁଗୁଡ଼ା: କରୋନା ଯୋଗୁଁ ଲକଡାଉନ୍ ସଟଡାଉନ ନିୟମ ଲାଗୁ କରୁଛନ୍ତି ସରକାର। ହେଲେ ଏହି ସମୟରେ ଅନେକ ଗରିବ ରୋଜଗାର କରିନପାରି ଘରେ ବସିଥିଲେ। ଯଦିଓ ଏବେ ଲକଡାଉନ ନିୟମରେ କୋହଳ କରିଛନ୍ତି ସରକାର। ହେଲେ ସେଲୁନ୍ ଖୋଲିବା ଉପରେ ସରକାର କଟକଣା ଲଗାଇଛନ୍ତି। ଯେଉଁଥିପାଇଁ ଅନେକ ଏବେ ପେଟପାଟଣା ଚିନ୍ତାରେ। ଏବେ ସେଲୁନ ଖୋଲିବାକୁ ଦାବି କରିଛି ଝାରସୁଗୁଡା ଜିଲ୍ଲ ବାରିକ ସଂଘ ଓ ପଞ୍ଚଗାଁ ମା ସମଲେଶ୍ୱରୀ ପାଟମେଶ୍ୱରୀ ପଶାୟତ ସଂଘ।
ଗୁରୁବାର ପଞ୍ଚଗାଁ ମା ସମଲେଶ୍ୱରୀ ପାଟମେଶ୍ୱରୀ ପଶାୟତ ସଂଘ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଲଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେଣୁ ତୁରନ୍ତ ସେଲୁନ୍ ଖୋଲିବାକୁ ସରକାର ଅନୁମତି ପ୍ରଦାନ ଦେବା ଦରକାର ଏବଂ ଆର୍ଥିକ କ୍ଷତିର ଭରଣା ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଏହି ସଂଘ। ଏ ସଂପର୍କିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଗତକାଲି ଝାରସୁଗୁଡା ଜିଲ୍ଲା ବାରିକ ସଂଘ ମଧ୍ୟ ସମାନ ଦାବି କରି ଜିଲ୍ଲାପାଳଙ୍କୁ ଭେଟିଥିଲା।