?????

ଆରପାରିରେ ସମ୍ବଲପୁରୀ କମେଡି କିଙ୍ଗ୍ ମିଷ୍ଟର ଡୋଲୁ

ଝାରସୁଗୁଡା: ଆରପାରିରେ ସମ୍ବଲପୁରୀ କମେଡି କିଙ୍ଗ୍ ଡୋଲାମଣି ଦାସ ଓରଫ୍ ମିଷ୍ଟର ଡୋଲୁ। ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ 29 ବର୍ଷ ହୋଇଥିଲା। ଆଲବମ ଜଗତର ବେଶ ଜଣାଶୁଣା ହାସ୍ୟ ଅଭିନେତା ଡୋଲାମଣି ଦାସଙ୍କ ଦେହାନ୍ତକୁ ନେଇ ସମସ୍ତେ ଶୋକ ପ୍ରକାଶ କରିଛନ୍ତି। ସମ୍ବଲପୁରୀ କମେଡି ଫିଲ୍ମ ଯୋଗୁଁ ସେ ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ଥିଲେ।
ନିଜ ବାସଭବନରେ କୌଣସି କାରଣ ବସତଃ କୁଲର ଦ୍ଵାରା ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଥିଲେ। ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ହେଲେ ରବିବାର ରାତି 10ଟା 35 ମିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମିଷ୍ଟର ଡୋଲୁଙ୍କ ଘର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବେଲମୁଣ୍ଡା ଗାଁରେ। 1992 ସେପ୍ଟେମ୍ବର 29ର ସେ ଜନ୍ମଗ୍ରହଣ କରିଥିଲେ।

Related Articles

Leave a Reply

Back to top button
error: Content is protected !!