?????
ଜିଲ୍ଲାପାଳଙ୍କ ଅଫିସରେ ପ୍ରାକୃତିକ ବିପର୍ଯ୍ୟୟ ଦିବସ ପାଳିତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡିଏମଫ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି ପ୍ରାକୃତିକ ବିପର୍ଯ୍ୟୟ ଦିବସ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ), ଜିଲ୍ଲାର ଅନ୍ୟାନ ଅଧିକାରୀ ଓ ଅନ୍ୟ ସହଯୋଗୀ ସଦସ୍ୟ ଗହଣରେ ଶପଥ ପାଠ କରାଯାଇଛି। ଯେ କୌଣସି ବିପର୍ଯ୍ୟୟ ଆସିଲେ ଧନଜୀବନ କ୍ଷୟକ୍ଷତି କୁ ହ୍ରାସ କରିବା ପାଇଁ ପ୍ରୟାସ କରାଯିବ । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସମସ୍ତ ପ୍ରକାର ସାହାଯ୍ୟ କରାଯିବ । ଲୋକମାନଙ୍କ ମଧ୍ୟରେ ପରିବେଶ ର ସୁରକ୍ଷା ଓ ବିପର୍ଯୟ ନିମନ୍ତେ ସଚେତନତା ବୃଦ୍ଧି କରାଯିବ ।
କୋଭିଡ କଟକଣା ନିୟମ ମାନି ଏହି ଶପଥ ପାଠ ଉତ୍ସବ ପାଳନ କରାଯାଇଛି। ଜିଲ୍ଲାର ଜରୁରୀକାଳୀନ ଅଧିକାରୀ ଶ୍ରୀ ଗୋବିନ୍ଦ ଦଣ୍ଡସେନ ଏହି ଶପଥ ପାଠ ସମ୍ମିଳନୀ କୁ ଧନ୍ୟବାଦ ଦେଇ ଶେଷ କରିଥିଲେ ।