?????

ବଢିବ ବିଧାୟକଙ୍କ ଦରମା, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ବଢିବ ବିଧାୟକଙ୍କ ଦରମା । ଦରମା ବୃଦ୍ଧି ନେଇ ଦୀର୍ଘ ଦିନ ହେବ ବିଧାୟକଙ୍କ ଦାବି ରହିଛି । ଏହାରି ଭିତରେ ଦାବି ମୁତାବିକ ଓଡ଼ିଶା ବିଧାନସଭା ଉପଦେଷ୍ଟା କମିଟି ବିଧାୟକମାନଙ୍କ ଦରମା ବୃଦ୍ଧି ଦାବି ଉପରେ ବିଚାର କରୁଛି । ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ଏହି ସୂଚନା ଦେଇଛନ୍ତି । ଏହି କମିଟିରେ ସମସ୍ତ ଦଳର ବିଧାୟକ ରହିଛନ୍ତି ।

ବିଧାୟକଙ୍କ ଦରମା ବୃଦ୍ଧି ଦାବି ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅଗଷ୍ଟ ୧ ତାରିଖରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ବିଧାୟକଙ୍କ ଦାବି ଗୁଡ଼ିକର ସମୀକ୍ଷା କରଥିଲା । ଏହାପରେ ଅନ୍ୟ ରାଜ୍ୟରେ ଥିବା ବିଧାୟକଙ୍କ ଦରମା ବାବଦରେ କମିଟି ସମୀକ୍ଷା କରିଥିଲା । ଅନ୍ୟ ରାଜ୍ୟରେ ବିଧାୟକଙ୍କ ଦରମା ତୁଳନାରେ ଓଡ଼ିଶାର ବିଧାୟକଙ୍କ ଦରମା କମ୍ ରହିଛି ବୋଲି ଜଣାପଡିଛି । ବିଗତ ୫ ବର୍ଷ ମଧ୍ୟରେ ଦରମା ସଂଶୋଧନ ହୋଇ ନାହିଁ । ତେଣୁ ଖୁବ୍ ଶୀଘ୍ର ଦରମା ନିୟମରେ ସଂଶୋଧନ ହେବାର ସମ୍ଭାବନା ରହିଛି ବୋଲି ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଅମର ଶତପଥୀ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅନ୍ୟ ରାଜ୍ୟ ଗୁଡିକରେ ବିଧାୟକଙ୍କ ମାସିକ ଦରମା ପ୍ରାୟ ୨ ଲକ୍ଷରୁ ୨.୫ ଲକ୍ଷ ରହିଛି । ହେଲେ ଓଡିଶାରେ ବିଧାୟକଙ୍କ ଦରମା ୯୮ ହଜାର ଟଙ୍କା ରହିଛି । ଏ ନେଇ ଖୁବ୍ ଶୀଘ୍ର ବାଚସ୍ପତିଙ୍କ ନିକଟକୁ ରିପୋର୍ଟ ପଠାଯିବ । ଏଥିରେ ବିଧାୟକଙ୍କ ଦରମା, ପେନସନ ଏବଂ ଅନ୍ୟାନ୍ୟ ପାଣ୍ଠି ବୃଦ୍ଧି ପାଇଁ ଆବେଦନ କରାଯିବ ବୋଲି ଅମର ଶତପଥୀ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!