ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କଲା ଝାରସୁଗୁଡା ବିଜେପି

0
78

ଝାରସୁଗୁଡା: ଶନିବାର ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ 97 ତମ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ରୂପେ ଝାରସୁଗୁଡା ବିଜେପି ପାଳନ କରିଛି । ଜ଼ିଲ୍ଲା ସଭାପତି ମଙ୍ଗଲ ସାହୁଙ୍କ ଆହ୍ୱାନ କ୍ରମେ ଝାରସୁଗୁଡା ଜ଼ିଲ୍ଲାର ସମଗ୍ର 12ଟି ମଣ୍ଡଳରେ ଏହି ଦିବସ ପାଳିତ ହୋଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖକୁ ପହଁଚାଇବା ଓ ଜନସାଧାରଣ କେମିତି ଉପକୃତ ହୋଇ ପାରିବେ ତାର ବିଷୟରେ ଲୋକଙ୍କୁ ବୁଝାଇବା । କେନ୍ଦ୍ର ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନା ଆଜି ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ସଫଳ ସହିତ କାର୍ଯ୍ୟକାରୀ ହେଉଛି। ଏହି ସୁଶାସନ ଦିବସରେ ପ୍ରତ୍ୟେକ ମଣ୍ଡଳରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ପଞ୍ଚଗାଁ ମଣ୍ଡଳରେ ସଭାପତିତ୍ୱ କରିଥିଲେ ଶ୍ରୀ କୁନ୍ଦନ ସିଂଦେଓ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଇଥିଲେ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା।  ଲଖନପୁର ମଣ୍ଡଳ ସଭାପତିରେ ଶ୍ରୀ ଅଶ୍ବିନୀ ପଧାନ ସଭାପତିତ୍ବ କରିଥିଲେ ଏଥିରେ ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା ସାମିଲ ହୋଇଥିଲେ । ବନ୍ଧବାହାଲ ମଣ୍ଡଳ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ମଣ୍ଡଳ ସଭାପତି ଶ୍ରୀ ହେମନ୍ତ ପଟେଲ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ ଜ଼ିଲ୍ଲା ପରିଷଦ ସଭ୍ୟ ଲଖନପୁର ଜୋନ-3ର ଶ୍ରୀ ସାମଲ ନାଏକ। ସେହିପରି ବେଲପାହାର ସଭାପତି ଶ୍ରୀ ବିକାଶ ଅଗ୍ରୱାଲ ବେଲପାହାର ମଣ୍ଡଳ ଦାଇତ୍ୱ ନେଇଥିଲେ, ବ୍ରଜରାଜନଗର ମଣ୍ଡଳରେ ଶ୍ରୀ ରୁକମନ ଧୂରୁଆ ମଣ୍ଡଳ ସଭାପତି କାର୍ଯ୍ୟକ୍ରମକୁ ସଫଳ ରୂପ ଦେଇଥିଲେ। ରାଜପୁର ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀ ଭଗବାନ କଟାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ,ସେହିଭଳି ଝାରସୁଗୁଡା ଟାଉନ ମଣ୍ଡଳରୁ ଶ୍ରୀ ଦିନେଶ ଉପାଧ୍ୟାକ୍ଷ ମଣ୍ଡଳ ସଭାପତି ସୁଶାସନ ଦିବସକୁ ଉତ୍ସାହ ସହିତ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିନେଶ ଜେନ ଉପସ୍ଥିତ ଥିଲେ। ଝାରସୁଗୁଡା ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ଡମ୍ୱରୁ ଧର କଣ୍ଟା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, କୋଲାବିରା ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀ ରାଜେଶ ଦାସ ସଭାପତିତ୍ୱ କରିଥିଲେ,ପକେଲପଡା ମଣ୍ଡଳ ସଭାପତି ଶ୍ରୀ ତ୍ରିନାଥ ରଣା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ ଓ ମୁଖ୍ୟ ଅତିଥି ଭାବେ ଜୋଗ ଦେଇଥିଲେ ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଲାଇକେରା ମଣ୍ଡଳ ସଭାପତି ପଙ୍କଜ ବେହେରା,କିରମିରା ସଭାପତି ଶ୍ରୀ ବିଜୟ ଶର୍ମା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।