?????

ହାତୀ ଘଉଡାଇବା ପାଇଁ ବନ ବିଭାଗର ନୂଆ ତରିକା

ଭୁବନେଶ୍ୱର: ANIDER ( Animal intrusion detection and repellent system) ବା ଆନିମଲ ଇଣ୍ଟ୍ରୁସନ ଡିଟେକ୍ସନ ଆଣ୍ଡ ରିପେଲଣ୍ଟ ସିଷ୍ଟମ ଏହା ସୌର ଶକ୍ତି ଦ୍ୱାରା ଚାଳିତ ଯନ୍ତ୍ର। ହାତୀ ଘଉଡାଇବା ପାଇଁ ଏହି ଯନ୍ତ୍ରର ବ୍ୟବହାର କରଯାଉଛି। ବର୍ତମାନ ଆଠମଲ୍ଲିକ ଓ ଢେଙ୍କାନାଳ ଡିଭିଜନରେ ଏହାର ପରୀକ୍ଷଣ ଚାଲିଛି। ଏହାର ଉତ୍ତମ ଫଳ ମଧ୍ୟ ଦେଖା ଯାଉଛି। ଏହି ଯନ୍ତ୍ରକୁ ଆମେ ଖୁବଶୀଘ୍ର ବ୍ରହ୍ମପୁରର ଗୋପାଳପୁରରେ ପରୀକ୍ଷଣ କାରିବାକୁ ଯାଉଛୁ। ଏହା ସୌର ଶକ୍ତି ଦ୍ୱାରା ଚାଳିତ ଯନ୍ତ୍ର। ଏହାକୁ କେଉଁ ଜନ୍ତୁ ଘଉଡାଇବାକୁ ପଡିବ ସେ ନେଇ ଯନ୍ତ୍ରରେ ଆଡ଼ଜଷ୍ଟ କାରିବାକୁ ପଡିବ। ଯଦି ହାତୀ ପାଇଁ ଆଡ଼ଜଷ୍ଟ କରିବେ, ପଚାଶ ମିଟର ଦୂରରୁ ହାତୀ ଆସିଲେ ବହୁତ ଜୋରରେ ଲାଇଟ ପଡିବ ଏବଂ ଶବ୍ଦ ବାହାରିବ। ହାତୀ ଆଲୋକ ଏବଂ ଶବ୍ଦ ଶୁଣି ଫେରିଯିବ । ଏହି ଯନ୍ତ୍ରର ଦର ମଧ୍ୟ ବେଶୀ ନୁହେଁ, ଗୋଟେ ଯନ୍ତ୍ରକୁ ପଚିଶ ହଜାର ଟଙ୍କା । ଏହାର ସଫଳତା ବହୁତ ଭଲ ରହିଛି, ଆହୁରି ପରୀକ୍ଷଣ କରୁଛୁ ସଫଳ ହେଲେ ଅନ୍ୟ ଜାଗାରେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ।

Related Articles

Leave a Reply

Back to top button
error: Content is protected !!