?????

ଦିବଂଗତ ବିଧାୟକଙ୍କ ସ୍ମୃତିରେ ଶୋକସଭା

ଝାରସୁଗୁଡା: ଜିଲ୍ଲାର ସୁଯୋଗ୍ୟ ନେତା ତଥା ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବରେ ପକ୍ଷ ରଖୁଥିବା ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ମୃତିରେ ଶୋକସଭା ଆୟୋଜିତ ହୋଇଯାଇଛି। ସରବାହଲ ସ୍ଥାନୀୟ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ତପ ପ୍ରାଙ୍ଗଣରେ ୟଙ୍ଗ ଷ୍ଟାରସ ଚେରିଟେବୁଲ ଟ୍ରଷ୍ଟର ଆବହକଙ୍କ ନେତୃତ୍ୱରେ ଝାରସୁଗୁଡା ଜିଲ୍ଲାର ଲୋକପ୍ରିୟ ଜନନେତା କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଝାରସୁଗୁଡାର ମାନ୍ୟଗଣ୍ୟ ବ୍ୟକ୍ତି ସରବାହାଲ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଆଦି ଯୋଗଦାନ କରି ସରବାହଲ ପରିକ୍ରମା କରିଥିଲେ। ଏବଂ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ଦିବଂଗତ କିଶୋର ମହାନ୍ତିଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ସଭାରେ ବରିଷ୍ଠ ଆଇନଜୀବୀ ତାପସ କୁମାର ରାୟ ଚୌଧୁରୀ, ପଣ୍ତିତ ସହଦେଵ ତ୍ରିପାଠୀ, ରବୀନ୍ଦ୍ର ଦୀକ୍ଷିତ ,ସୁଜାତା ଲେଙ୍କା ହୀରାଲାଲ ଲୋକଚାନ୍ଦନୀ , ଶିକ୍ଷାବିତ ସୁଦାମ ପଣ୍ଡା ,ବିବେକାନନ୍ଦ ମିଶ୍ର, କବି ଅନନ୍ତରାମ ସାହୁ, ଡ.ସରୋଜ କୁଅଁର , ଲଳିତ ସାହୁ ,ବାଳ ଗୋବିନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇ କିଶୋର ମାହାନ୍ତିଙ୍କ ସ୍କୃତି ଚାରଣ କରିଥିଲେ।

ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକ ସଭା ପରିଚାଳନା କରିଥିଲେ ଓ ରାଜେଶ ପାଢ଼ୀ ସାଧୁବାଦ ଜଣାଇ ସଭା ସାଙ୍ଗ ହୋଇଥିଲା। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ମିଶ୍ର, ଫକୀର ପାଢ଼ୀ, ଆଦିତ୍ୟ ପୂଜାରୀ, ପିଣ୍ଟୁ ପାଢୀ ,କିଶୋର ପାଢ଼ୀ,ବିଷ୍ଣୁ ପାଢୀ ବସନ୍ତ ପଣ୍ଡା,ଶାନ୍ତନୁ ପାଢ଼ୀ କରିଥିବା ବେଳେ ୟଙ୍ଗ ଷ୍ଟାର ଟ୍ରଷ୍ଟରୁ ଫକୀର ମୋହନ ବାରିକ, ରାଜେଶ ପାଢ଼ୀ, ଆଭାଷ ଦୀକ୍ଷିତ, ସମୀର ଦାଶ, ବିଜୟ ସହିଗଲ,ଶଙ୍କର ସେଠୀ,ଟିଙ୍କୁ ନାଏକ,ରାଜା ଦାସ, ରାଜ ଦାସ ଓ ଅନ୍ୟାନ୍ୟ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ବର୍ଷର ଶେଷ ଦିନ ଅର୍ଥାତ୍ ଡିସେମ୍ବର 31, 2021ରେ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ଝାରସୁଗୁଡା ବିଧାୟକ କିଶୋର ମହାନ୍ତିଙ୍କର ବିୟୋଗ ହୋଇଥିଲା। ସକାଳେ ସଭା କରିଥିଲ ହେଲେ ସଂଧ୍ୟାରେ ଅସୁସ୍ଥ ହୋଇପଡିବା ପରେ ସଙ୍ଗେସଙ୍ଗେ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିଶୋର ମହାନ୍ତି। କିନ୍ତୁ ସେଠାରେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ।

Related Articles

Leave a Reply

Back to top button
error: Content is protected !!