?????

କେନ୍ଦ୍ର ପରେ ରାଜ୍ୟ ଛାଡ କଲା ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତ୍ରିରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଛାଡ଼ କରିବା ପରେ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ଭାଟ ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠୁ ପେଟ୍ରୋଲ ଏବଂ ଡିଜେଲ ଉପରୁ 3 ଟଙ୍କା ଲେଖାଏଁ ଛାଡ଼ କରିଛନ୍ତି। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ 5 ଟଂକା ଏବଂ ଡିଜେଲ ଉପରୁ 10 ଟଙ୍କା ଛାଡ଼ କରିଥିଲେ।

ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି କେନ୍ଦ୍ର ସରକାର ଗତକାଲି ଯେଉଁ ଏକ୍ସାଇଜ ଟିକସ କମାଇଛନ୍ତି ସେଥିରେ ମଧ୍ୟ ଓଡ଼ିଶାର ଭାଗ ରହିଛି। ଆଜି ଭାଟ 3 ଟଙ୍କା ଲେଖାଏଁ ଉଭୟ ପେଟ୍ରୋଲ ଓ ଡ଼ିଜେଲରୁ କମାଇଛନ୍ତି ରାଜ୍ୟ ସରକାର। ଉଭୟ ଭାଟ ଏବଂ ଏକ୍ସାଇଜ ଡ୍ୟୁଟି କମିବା ପରେ ପେଟ୍ରୋଲ ବାବଦରେ 6ଟଙ୍କା 30 ଓ ଡିଜେଲ ବାବଦରେ 4 ଟଙ୍କା 65 କମାଇଛନ୍ତି ବୋଲି ବିଜେଡି ପ୍ରେସମିଟରେ କହିଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ 2 ହଜାର କୋଟି ଟଙ୍କା କ୍ଷତି ସହିବେ। ତେଣୁ ମୋଟ୍ ଉପରେ ଖାଉଟି ପେଟ୍ରୋଲ ଉପରୁ 10 ଟଂକା ଏବଂ ଡିଜେଲ ଉପରୁ 13 ଟଂକା କମ୍ ଦରରେ ଆସନ୍ତାକାଲି ପାଖରେ କିଣିପାରିବେ।

ଗତକାଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ‘ବିଜେପି’ ଶାସିତ 9 ଟି ରାଜ୍ୟ ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭାଟ କମାଇଛନ୍ତି।

ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଏବଂ ଗୋଆ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ 7 ଟଂକା ହ୍ରାସ କରିଥିଲେ। ସେହିପରି ଉତ୍ତରାଖଣ୍ଡ ସରକାର ପେଟ୍ରୋଲ୍‌ ଉପରେ 2  ଟଂକା ହ୍ରାସ କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଥିଲେ।

Related Articles

Leave a Reply

Back to top button
error: Content is protected !!