ସୂର୍ଯ୍ୟୋପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି

ଭୁବନେଶ୍ୱର: ସୋମବାର ଦୀପାବଳି, ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ୱ, ବିଭାଗୀୟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ।
ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ଯ୍ୟୋପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ। ଦେଶର ବିଭିନ୍ନ ରାଜ୍ୟରୁ ପାଖାପାଖି ୪ଟା ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖାଯିବ।
ସୂର୍ଯ୍ୟଅସ୍ତ ହେବା ପର୍ଯ୍ୟନ୍ତ ଆଂଶିକ ସୂର୍ଯ୍ୟୋପରାଗ ରହିବ। ଏହା ପରେ ଭାରତରେ ଏହି ଭଳି ସୂର୍ଯ୍ୟୋପରାଗ ଦେଖିବାକୁ ୨୦୨୭ ଅଗଷ୍ଟ ୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ସମୟରେ ମଧ୍ୟ ପାଣିପାଗ କାରଣରୁ ସୂର୍ଯ୍ୟୋପରାଗ ଦେଖାଯିବା ଆଶଂକା କମ ରହିବ। ତେଣୁ ଛୁଟି ସମୟରେ ଏହି ବିରଳ ଦୃଶ୍ୟକୁ ନିଜର ପିଲାମାନଙ୍କୁ ଦେଖାଇ ବୈଜ୍ଞାନିକ ତଥ୍ୟ ସଂପର୍କରେ ଅବଗତ କରାଇପାରିବେ। ସୂର୍ଯ୍ୟୋପରାଗକୁ ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ସାହାଯ୍ୟରେ ଦେଖାଯିବା ଦରକାର।