?????

ବ୍ରଜରାଜନଗର ବାଜି: ମୈଦାନରୁ 11 ପ୍ରାର୍ଥୀ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ସମୟ ସୀମା ଶେଷ ହେବା ପରେ 11 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ହାଇଭୋଲଟେଜ ଉପନିର୍ବାଚନ ପାଇଁ ମୋଟ୍ 14 ଜଣ ପ୍ରାର୍ଥୀ ଥିଲେ। ପ୍ରତ୍ୟାହାରର ଶେଷ ଦିନ ସୁଦ୍ଧା କିନ୍ତୁ ତିନି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଦେଇଥିଲେ । ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ତପନ ସ୍ୱାଇଁ ଏବଂ ପବିତ୍ର ବେହେରା । ଅନ୍ୟ ଜଣେ ଓଡ଼ିଶା ଜନତା ଦଳର ମନୋଜ ପ୍ରଧାନ ।

ଏହି ହାଇଭଲଟେଜ ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ପ୍ରାର୍ଥୀ ହୋଇଛନ୍ତି। ସିପିଆଇରୁ ରମେଶ ତ୍ରିପାଠୀ ଏବଂ ହିନ୍ଦୁସ୍ତାନ ନିର୍ମାଣ ଦଳ ପକ୍ଷରୁ ବିଜୟ କୁମାର ଜଲାନ ରହିଥିବା ବେଳେ ଛଅ ଜଣ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବେ।

ଏହାରି ଊିତରେ ବିଜେଡି ଏବଂ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛନ୍ତି । ହେଲେ କଂଗ୍ରେସ ଏଯାବତ ପ୍ରଚାରକ ତାଲିକା ଘୋଷଣା କରିନାହିଁ । ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ଦିନ ବାକି ରହିଛି। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି ତିନି ଦଳର ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକ।

ସୂଚନାଯୋଗ୍ୟ, ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ମେ 31 ତାରିଖରେ ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଜୁନ୍ 3 ତାରିଖରେ ଭୋଟ୍ ଗଣତି ହେବ।

Related Articles

Leave a Reply

Back to top button
error: Content is protected !!