ମୋବାଇଲ ଚୋରି କରି ଦେଇଥିଲେ ହତ୍ୟା ଧମକ, ବାନ୍ଧିଲା ପୁଲିସ

0
217

ଝାରସୁଗୁଡା: ଚୋରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି ପୁଲିସ। ଶୁକ୍ରବାର ଝାରସୁଗୁଡ଼ାର ବଦମାଲ ପୁଲିସ ଏହି ଚାରି ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଚାରି ଅଭିଯୁକ୍ତ ହେଲେ ସାନିଶର ଓରାମ, ମିଶ୍ର ଓରାମ, ଜୟଦେବ ଓରାମ ଏବଂ ଗୋବିନ୍ଦ ମିରିଗ ବୋଲି ପୁଲିସ ଚିହ୍ନଟ କରିଛି। ଶିବକ୍ଷେତ୍ର କମ୍ପାନୀର ସୁପରଭାଇଜର ଅନ୍ତର୍ଜାମି ପାଦିଲଙ୍କ ଅଭିଯୋଗ କ୍ରମେ ପୁୁଲିସ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ 29 ଏପ୍ରିଲ ରାତିରେ ତିନିରୁ ଚାରି ଜଣ ଦୁର୍ବୃତ୍ତ ଦୁଇଟି ମୋବାଇଲ୍ ଫୋନ୍ ସହିତ ନଗଦ 2 ହଜାର ଟଙ୍କା ଚୋରି କରିଥିଲେ। ଆଉ ଏହି ସମୟରେ ଧମକ ଦେଇଥିଲେ ଯଦି ପୁଲିସରେ ଅଭିଯୋଗ କରିବେ ତାହେଲେ ସେମାନେ ହତ୍ୟା କରିବେ ଯିଏକି ଏହି ଟଙ୍କା ଓ ମୋବାଇଲର ମାଲିକ। ଚୋରି ହୋଇଥିବା ମୋବାଇଲ୍ ଫୋନରୁ ଗୋଟିଏ ରେଡମି 8 ପ୍ରୋ ଏବଂ ଅନ୍ୟଟି ରେଡମି 6iA। ତେବେ ପୁଲିସ ଏହି ଚାରି ଦୁର୍ବତ୍ତଙ୍କୁ ଗିରଫ କରିବା ବେଳେ ତାଙ୍କ ପାଖରୁ ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଲୁହା ରଡ, ଗୋଟିଏ ଟିଭିଏସ୍ ଗାଡ଼ି ( ଆପାଚି, ଗାଡ଼ି ନମ୍ୱର OD 15 D 7858) ଜବତ କରିଛି। ଏହି ଗାଡ଼ିଟି ମିଶ୍ର ଓରାମଙ୍କର।