?????

ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। କୋଭିଡ କାରଣରୁ ଦେଖାଦେଇଥିବା ଅନିଶ୍ଚିତ ପରିସ୍ଥିତି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭଲ ଭାବେ ପରିଭାଷିତ ଏକ ଲକ୍ଷ୍ୟକୁ ନେଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରାଯିବ।

ପରୀକ୍ଷା ବାତିଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଛି। ସିବିଏସଇ ପରେ ଆଇସିଏଏସଇ ମଧ୍ୟ ପରୀକ୍ଷା ବାତିଲ କରିବ ବୋଲି ନିଷ୍ପତ୍ତି ନେଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହିଥିଲେ ଯେ ଆମ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏ ଦିଗରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ସେ କହିଥିଲେ ଯେ ଆଜିର ଦିନରେ, ଏପରି ପରୀକ୍ଷା ଆୟୋଜନ କରି ଆମର ଯୁବପିଢ଼ିଙ୍କୁ ବିପଦରେ ପକାଇବା ଅନୁଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି। ସେ କହିଥିଲେ ଯେ କୋଭିଡ-19 ଶିକ୍ଷାବର୍ଷକୁ ପ୍ରଭାବିତ କରିଛି ଏବଂ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କ ମଧ୍ୟରେ ଏକ ଭୟ ରହିଛି, ଯାହାର ନିଶ୍ଚିତ ଭାବେ ଅନ୍ତ ହେବା ଆବଶ୍ୟକ।

Related Articles

Leave a Reply

Back to top button
error: Content is protected !!