?????
କରୋନା ମହାମାରୀ ବେଳେ ରକ୍ତଦାନ ଶିବିର ଆୟୋଜିତ

ଝାରସୁଗୁଡ଼ା: କରୋନା ମହାମାରୀ ବେଳେ ରକ୍ତଦାନ ଭଳି ମହତ କାମ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ଥିବା ଜାଗୃତି ମାରଓ୍ନାଡି ଯୁବ ମଞ୍ଚ ଏବଂ ଝାରସୁଗଡା ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ମହିଳା ସମିତି ଭବନରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତେ ରକ୍ତଦାନରେ ସାମିଲ୍ ହୋଇଥିଲେ। ମୋଟ୍ ଉପରେ 26 ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି ଆୟୋଜକ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟର ମାରୱାଡି ଯୁବ ମଞ୍ଚର ମହାମନ୍ତ୍ରୀ ଯୁବ ଭବନ ଅଗ୍ରୱାଲ ଯୋଗ ଦେଇଥିଲେ।
ଜଗୃତି ଶାଖା ସଭାପତି କବିତା ମିତ୍ତଲ, ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ପ୍ରାଦେଶିକ କାର୍ଯ୍ୟନିର୍ବାହୀ ସଦସ୍ୟ ବବିତା ମୋଦି, ଶାଖା କୋଷାଧ୍ୟକ୍ଷ ଭାରଶା ଏବଂ ଅନ୍ୟାନ୍ୟ ବ୍ୟକ୍ତି ସାମିଲ୍ ହୋଇଥିଲେ।