?????

ଏପ୍ରିଲ ୧୦ରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଦିଲ୍ଲୀ : ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ବୁଷ୍ଟର ଡୋଜ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ବ୍ୟକ୍ତିମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ  ।ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହିନ୍ତି ସେମାନଙ୍କୁ କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ।

ଏହା ସହ ସ୍ୱାସ୍ଥ୍ୟକର୍ମୀ , କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ବୁଷ୍ଟର ଡୋଜ ଜାରି ରହିବ ।  ସୂଚନା ଅନୁସାରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିମାନେ ଘରୋଇ ଟିକକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଟିକାକରଣ କେନ୍ଦ୍ର ଗୁଡିକରେ ଟିକା କରଣ ଜାରି ରଖିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ।

Related Articles

Leave a Reply

Back to top button
error: Content is protected !!