?????

ପିଡିଏସ କେନ୍ଦ୍ରରେ ମୋଦୀଙ୍କ ଫଟୋ ଲଗାଇବ ବିଜେପି

ଜେଏସଜିଲାଇଭ ବ୍ୟୁରୋ: ବିଜେପି ଏବେ ସାଧାରଣ ବଣ୍ଟନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ସ୍ଥିର କରିଛି। ଏପରି କରି ନବୀନ ଚାଉଳ ଦେଉଛନ୍ତି ବୋଲି ଲୋକଙ୍କ ନିକଟରେ ରାଜ୍ୟର ଶାସକ ଦଳ ବିଜେଡି କହୁଥିଲା ତାକୁ ଚେକ୍ ଦେବାକୁ ବିଜେପି ପ୍ରୟାସ କରିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାର ୩ କୋଟି ୨୫ଲକ୍ଷ ଲୋକଙ୍କୁ କେନ୍ଦ୍ର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ଲୋକଙ୍କୁ ୫ କେଜି ଚାଉଳ ଦେଉଛି କେନ୍ଦ୍ର ସରକାର। ଏହି ଯୋଜନାରେ ସ୍ବଚ୍ଛତା ଆଣିବାକୁ ଯାଇ କେନ୍ଦ୍ର ସରକାର ଷ୍ଟିକରିଂ ବ୍ୟବସ୍ଥା କରିଛନ୍ତି। ଅର୍ଥାତ୍ ସାଧାରଣ ବଣ୍ଟନ ବେଳେ ଚାଉଳ ନେଲେ ହିତାଧିକାରୀ ଏକ ରସିଦ ପାଇବେ। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ହିତାଧିକାରୀ ମାଗଣାରେ ଚାଉଳ ପାଉଛନ୍ତି ବୋଲି ଉଲ୍ଲେଖ ରହିବ। ଏପରି କରି ସାଧାରଣ ଲୋକଙ୍କ ନିକଟରେ ଆଦୃତ ହେବାକୁ ଚେଷ୍ଟା କରିଛି କେନ୍ଦ୍ର ସରକାର। ଯଦି ରାଜ୍ୟ ସରକାର ଚାଉଳ ଦେବେ ତାହେଲେ ଅଲଗା ଷ୍ଟିକର ରହିବ ବୋଲି କେନ୍ଦ୍ର କହିଛି।

ଏବେ ଏହି ଯୋଜନା ଜରିଆରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାକୁ ଚେଷ୍ଟା କରିଛି ବିରୋଧୀ ବିଜେପି। ପ୍ରତି ସାଧାରଣ ବଣ୍ଟନ କେନ୍ଦ୍ରରେ ବିଜେପି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବ। ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ମାଗଣା ଚାଉଳ ପାଇଁ ଧନ୍ୟବାଦ ଦିଆଯାଉଥିବାର ଦେଖିବାକୁ ମିଳିବ।

ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୫ କେଜି ଚାଉଳ ପାଇଁ ସାରା ରାଜ୍ୟରେ ମୋଦୀଙ୍କୁ ଧନ୍ୟବାଦ ଥିବାର ପୋଷ୍ଟର ଲଗାଯିବ। ଏଭଳି କରିବାକୁ ଦଳ ଚିନ୍ତା କରିଛି। ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଜାନୁଆରୀ ୨୨ ତାରିଖରେ ନିଆଯିବ।

ଏହାକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ନିର୍ବାଚନ ବେଳେ ବିଜେପି ବାଦିପାଲା କରୁଛି। ଏପରି କରିବା ଦ୍ୱାରା ଲୋକଙ୍କ ଉପକାର ହେବ ନାହିଁ।

 

 

Related Articles

Leave a Reply

Back to top button
error: Content is protected !!