କେନ୍ଦ୍ର ବିରୋଧରେ ଫେରାଦ ହେଲା ଜିଲ୍ଲା କଂଗ୍ରେସ, ରାଷ୍ଟ୍ରପତିଙ୍କୁ ପଠାଇଲା ଚିଠି

0
47

ଝାରସୁଗୁଡା: କେନ୍ଦ୍ର ସରକାର ବିରୋଧରେ ଗର୍ଜିଛି ଜିଲ୍ଲା କଂଗ୍ରେସ। ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ପାଖକୁ ଏକ ଚିଠି ଲେଖିଛି ଝାରସୁଗୁଡା କଂଗ୍ରେସ। ଦୀର୍ଘ 7 ବର୍ଷ ହେବ ମୋଦି ସରକାର ଆସିବା ପରେ ଦରଦାମ ବୃଦ୍ଧି ପାଖରୁ ଆରମ୍ଭ କରି ନିର୍ଯାତନା ଆଦି ବଢ଼ିଛି। ଯାହାକି ଜନବିରୋଧୀ ସରକାର ସହିତ ସମାନ। ସେହିପରି ଦେଶରେ କୋଭିଡର ଦ୍ୱିତୀୟ ଲହର ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ନିର୍ବାଚନୀ ପ୍ରଚାର କଲେ। ଏଥିସହ ସଠିକ୍ ଭାବରେ କୋଭିଡ ପରିଚାଳନା କରିନହେବାରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଜିଲ୍ଲା କଂଗ୍ରେସ କହିଛି।

ସ୍ୱାସ୍ଥ୍ୟ, ଶିକ୍ଷା ଆଦି ଦେଶରେ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି କଂଗ୍ରେସ କହିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଏବେ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। ତେଣୁ ଏହି ସବୁ ସମସ୍ୟାର ସମଧାନ ହେବା ଦରକାର କହି ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହିତ ଆବଶ୍ୟକ ସ୍ଥଳରେ ଦୃଢ଼ କାର୍ଯାନୁଷ୍ଛାନ ନିଆଯିବା ଦରକାର ବୋଲି ଏକ ଦସ୍ତଖତ ସମ୍ୱଳିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଛି ଜିଲ୍ଲା କଂଗ୍ରେସ।