?????

ଡିଏଭି ତରଫରୁ ଅନ୍ତଃର୍ଜାତୀୟ ଯୋଗ ଦିବସ ପାଳିତ

ଝାରସୁଗୁଡ଼ା: ଡିଏଭି ପବ୍ଲିକ ସ୍କୁଲ ତରଫରୁ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅନ ଲାଇନରେ ପାଳିତ ହୋଇଯାଇଛି। କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ତଥା ନିଜ ଶାରୀରିକ ସୁସ୍ଥତା ବୃଦ୍ଧି କରିବା ପାଇଁ ଯୋଗ ଏକମାତ୍ର ଖର୍ଚ୍ଚ ବିହୀନ ଏବଂ ଅତ୍ୟନ୍ତ ଲାଭଦାୟକ ପ୍ରକ୍ରିୟା ଯୋଗ ଅଭ୍ୟାସ। କୋଭିଡ ବେଳେ ଯୋଗର ଚାହିଦା ମଧ୍ୟ ବଢ଼ିଛି। ତେଣୁ ଯୋଗ ଦିବସ ଅବସରରେ ଡିଏଭି ସ୍କୁଲ୍ ତରଫରୁ ଅନଲାଇନ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ପତଞ୍ଜଳି ଯୋଗ ସମିତି ସଭ୍ୟ ତଥା ଯୋଗ ଗୁରୁ ଘନଶ୍ୟାମ ମେହେର ବିଭିନ୍ନ ପ୍ରକାର ଯୋଗାସନ କରିବାର ପଦ୍ଧତି ତଥା ଉପାଦେୟତା ସମ୍ପର୍କରେ ଧାରଣା ଦେଇଥିଲେ। ସମସ୍ତେ ଫେସବୁକ ଓ ୟୁଟ୍ୟୁବ ଲାଇଭ ଲିଙ୍କ ମାଧ୍ୟମରେ ଅନଲାଇନରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦିବସ ପାଳନର ମହତ୍ତ୍ୱ ତଥା ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ସମସ୍ତଙ୍କୁ ଯୋଗ ମାଧ୍ୟମରେ ସୁସ୍ଥ, ସୁନ୍ଦର ଓ ନିରୋଗ ରହିବା ଲାଗି ପ୍ରେରଣାତ୍ମକ ବାର୍ତ୍ତା ଦେଇଥିଲେ। ଖେଳ ଶିକ୍ଷକ ବିଜୟ କୁମାର ଦାଶଙ୍କ ସଂଯୋଜନାରେ ଅଲେଖ ବିହାରୀ ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।

Related Articles

Leave a Reply

Back to top button
error: Content is protected !!