ସୋମବାରଠୁ ଜିଲ୍ଲାରେ 20ଟି କେନ୍ଦ୍ରରେ ଟିକାକରଣ

ଝାରସୁଗୁଜା: ସୋମବାର (ଜୁନ୍ 7) ପାଖରୁ ପୌରାଞ୍ଚଳରେ ଥିବା 20ଟି ଟିକାକରଣ କେନ୍ଦ୍ରରେ 18ରୁ 44 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ସକାଳ 9ଟାରୁ ଏହି ଟିକାରରଣ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ 5ଟା ଯାଏ ଚାଲିବ। ଏ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରୁ 200ରୁ ଅଧିକ ଲୋକ ଟିକା ନେଇପାରିବେ।
ମୋଟ୍ 20ଟି ଟିକାରଣ କେନ୍ଦ୍ର ମଧ୍ୟରୁ 3ଟି ଟିକାକରଣ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଚପଡା ଓ ଝାରସୁଗୁଡାରେ ସକାଳ 8ଟାରୁ ଟିକାକରଣ ଆରମ୍ଭ ହୋଇ 1ଟାଏ ମଧ୍ୟରେ ଶେଷ ହେବ। ଟିକା ନେବାକୁ ଥିବା ଇଛୁକ ବ୍ୟକ୍ତି ମାନେ ରବିବାର ଠାରୁ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିବାକୁ ନିବେଦନ କରିିଛି ପ୍ରଶାସନ।
ସୂଚନାଯୋଗ୍ୟ, ରାଜ୍ୟରେ ଟିକା ଶେଷ ହୋଇଯାଇଥିଲା। କିନ୍ତୁ ଶନିବାର ରାତିରେ ଟିକା କମ୍ପାନୀ 2 ଲକ୍ଷ 29 ହଜାର ଡୋଜ୍ ‘କୋଭିଶିଲ୍ଡ’ ଟିକା ପଠେଇଥିଲା। ଯାହାକ 18-44ବର୍ଗର ଲୋକଙ୍କ ପାଇଁ ରହିଛି। ତେଣୁ ସୋମବାର ପାଖରୁ ଟିକାକରଣ ପୂର୍ବ ଭଳି ସ୍ୱାଭାବିକ ରହିବ ବୋଲି ସୂଚନା ରହିଛି।