?????

ଡ୍ରଗ୍ସ ପେଡଲରଙ୍କ ସମ୍ପତ୍ତି ଜବତ ହେବ, ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନିଶା କାରବାରକୁ ରୋକ ଲଗାଇବାକୁ ଯାଇ ଓଡିଶା ପୋଲିସ ଆହୁରି କଠୋର ହୋଇଛି । ଆଗକୁ ଏହି ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ/ଫ୍ରିଜ କରାଯିବ। ଏ ନେଇ ଡ୍ରଗ୍ସ ପେଡଲର ମାନଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ।

ଡିଜି କହିଛନ୍ତି, ପୁର୍ବରୁ ଡ୍ରଗ୍ସ ଟ୍ରାଫିକିଙ୍ଗ ବିରୋଧରେ ଓଡିଶା ପୋଲିସ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ବ୍ରାଉନସୁଗାର ଓ ଗଞ୍ଜେଇ ବିପୁଳ ମାତ୍ରାରେ ଜବତ ହୋଇଛି । ଏବେଠାରୁ ଆମେ ଡ୍ରଗ୍ସ ଟ୍ରାଫିକିଙ୍ଗ ମାମଲାରେ ଥିବା ପ୍ରଫିଟକୁ ସିଜ୍ ଓ ଫ୍ରିଜ କରିବା ଆରମ୍ଭ କରିଛୁ ମାଲକାନଗିରି mv79 ଥାନା ଅଧୀନରେ ଫେବୃଆରୀ ମାସରେ ଅନେକ ଗଞ୍ଜେଇ ସିଜ୍ ହୋଇଥିଲା ।

ଆମେ ସେହି କେସ୍ ରେ ଫାଇନାନ୍ସିଆଲ ଇନକ୍ବାରି ଆରମ୍ଭ କରିଥିଲୁ ଏବେ ତଦନ୍ତ ସମୟରେ ଜଣା ପଡିଲା ଯେଉଁମାନେ ଏହି ଗଞ୍ଜେଇ ଚାଲାଣରେ ସାମିଲ ଅଛନ୍ତି ସେମାନଙ୍କର ଅନେକ ସମ୍ପତ୍ତି ରହିଛି ।  ତେଣୁ ଆମେ ସରକାରୀ ଅଧିକାରୀଙ୍କୁ ତାଙ୍କ ଇଲିଗାଲ ପ୍ରପର୍ଟି ଜବତ କରିବା ପାଇଁ ଅନୁମତି ମାଗିଥିଲୁ,ଏବେ ଆମକୁ ଅନୁମତି ମିଳିଛି ବୋଲି ଡିଜିପି କହିଛନ୍ତି। ସେହି ଆଧାରରେ ଏହି ପେଡଲର ମାନଙ୍କ 5 ଟି ବିଲଡିଂ,6 ଟି ଗାଡି, ଓ 12 ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ମୋଟ ସାଢେ 3 କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ପୋଲିସ ଡିଜି ମଙ୍ଗଳବାର ସୂଚନା ଦେଇଥିଲେ ।

Related Articles

Leave a Reply

Back to top button
error: Content is protected !!