?????

ଓଡ଼ିଶାକୁ ଆସୁଛି ବାତ୍ୟା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ। ଆସନ୍ତା 23 ତାରିଖ ସୁଦ୍ଧା ଏହି ଲଘୁଚାପ ଘନିଭୂତ ହେବ। ଆଉ ବାତ୍ୟାର ରୂପ ନେବ। ଏହି ବାତ୍ୟା ଓଡ଼ିଶା ପ୍ରତି ବିପଦ ରହିଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ମେ’ 26-27 ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଆଉ ଉପକୂଳରେ ଏହାର ପ୍ରଭାବ ଦେଖାଇବ ବୋଲି ଆଶଙ୍କା ରହିଛି। ତେବେ ଏହାର ପ୍ରଭାବ, ପବନର ବେଗ ଏବଂ ଲ୍ୟାଣ୍ଡଫଲ କରିବାର ସୂଚନା ପାଣିପାଗ ବିଭାଗ ପକ୍ଷରୁ ମିଳିନାହିଁ।

Related Articles

Leave a Reply

Back to top button
error: Content is protected !!