?????

ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପାଇବେ ଗ୍ରାଚୁଏଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପାଇବେ ଗ୍ରାଚୁଏଟି । ପେମେଣ୍ଟ ଅଫ୍ ଗ୍ରାଚଏଟି ଆକ୍ଟ, ୨୦୧୮ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଏହି ସୁବିଧା ପାଇବେ । ସୋମବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଅଜୟ ରାସ୍ତୋଗୀ ଏବଂ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବୈଧାନିକ କର୍ତ୍ତବ୍ୟ ସମ୍ପାଦନ କରନ୍ତି ଏବଂ ଏହା ସରକାରଙ୍କ ଏକ ସମ୍ପ୍ରସାରିତ ୟୁନିଟରେ ପରିଣତ ହୋଇଛି।

ଆବେଦନକାରୀ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ କହିଥିଲେ, ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଅଧୀନରେ ତିଆରି ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ କାମ କରିବାକୁ ନିଯୁକ୍ତ ହୋଇଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନେ ଗ୍ରାଚୁଏଟି ଦେୟ ଅଧିନିୟମ ଅନୁୟାୟୀ ଗ୍ରାଚୁଏଟି ପାଇବାକୁ ହକଦାର କି ନୁହେଁ ।

ଏହାପରେ ଆବେଦନର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ଶିକ୍ଷା ଅଧିକାର ଆଇନ ୨୦୧୩ ଓ ଆରଟିଇ ଆଇନର ଧାରା ୧୧ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବିଧିବଦ୍ଧ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରନ୍ତି ।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଗୁଜରାଟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିୟମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ସରକାରଙ୍କର ଏକ ସଂପ୍ରସାରିତ ଶାଖାରେ ପରିଣତ ହୋଇଛି। ତେଣୁ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଗ୍ରାଚୁଏଟି ପାଇବାକୁ ହକଦାର ।

Related Articles

Leave a Reply

Back to top button
error: Content is protected !!