?????

ଝାରସୁଗୁଡା ବିମାନ ବନ୍ଦରକୁ ଅଧିକ ବିମାନ ସେବା ଯୋଗାଇ ଦେବାକୁ ଦାବି କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଆଲାଏନ୍ସ ଏୟାରର ସିଇଓ ବିନୀତ ସୁଦଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏହି ଭେଟଘାଟ ବେଳେ ସେ ଝାରସୁଗୁଡାରୁ ମୁମ୍ବାଇ ଓ ବିଶାଖାପାଟଣା ପାଇଁ ଦୈନିକ ବିମାନ ସେବା ଆରମ୍ଭ କରିବାକୁ ନିବେଦନ କରିଛନ୍ତି। ସେହିପରି ଭୁବନେଶ୍ୱର ଓ ଦିଲ୍ଲୀ ପାଇଁ ଦ୍ୱିତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ଦୈନିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ଝାରସୁଗୁଡ଼ା-ଭୁବନେଶ୍ୱର ପାଇଁ ଆଉ ଏକ ବିମାନ ଚଳାଚଳ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଅନୁରୋଧ କରିଛନ୍ତି। ସେ କରିଥିବା ନିବେଦନକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।

Related Articles

Leave a Reply

Back to top button
error: Content is protected !!