ଅଶ୍ଳୀଳ ଭିଡିଓ ମାମଲା, ଶିଳ୍ପା ସେଠୀଙ୍କ ଗିରଫ ସ୍ୱାମୀ ଲିଙ୍କରେ ଓଡ଼ିଆ ଯୁବକ ଗିରଫ

ଭୁବନେଶ୍ୱର: ଅଶ୍ଲୀଳ ଭିଡିଓ ମାମଲାରେ ବନ୍ଧା ହୋଇଛନ୍ତି ବଲିଉଡ ସୁନ୍ଦରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ମୁମ୍ୱାଇ ପୁଲିସ ଏହି ମାମଲାରେ ସବୁ ଦିଗକୁ ଖୋଜୁଛି। ଏହି ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଜଣେ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍ ଆସି ଖଣ୍ଡଗିରି ପାଖରେ ଥିବା ଭରତପୁରରୁ ଜଣେ ଯୁଵକକୁ ଗିରଫ କରିଛି ମୁମ୍ବାଇ ସାଇଵର କ୍ରାଇମ ସେଲ୍ ଟିମ। ଯୁବକର ନା ଦେବାଶିଷ କିର୍ତ୍ତନିଆ ଓ ତାଙ୍କ ଘର ମାଲକାନଗିରି ହୋଇଥିବା ବେଳେ ସେ ଭରତପୁରରରେ ରହୁଥିଲେ।
ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପରାକ୍ଷରେ ପର୍ଣ୍ଣ ଭଡିଓ ମେକର କମ୍ପାନୀ ସହ ଯୋଡ଼ି ହୋଇଛନ୍ତି ବୋଲି ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଛି। ଏବେ ରାଜ କୁନ୍ଦ୍ରାଙ୍କ ବିରୋଧରେ କ୍ରାଇମ ବ୍ରାଞ୍ଚ ପାଖରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ପୁଲିସ କହିଛି। କ୍ରାଇମ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ କୁନ୍ଦ୍ରା ଏହି ବ୍ୟବସାୟରେ 10 କୋଟି ଟଙ୍କା ବିନିଯୋଗ କରିଥିଲେ। ପର୍ଣ୍ଣ ଭିଡିଓ ବା ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇ ଏବେ ଜୁଲାଇ 23 ଯାଏ ପୁଲିସ ହେପାଜତରେ ରହିବେ।