?????

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ବର୍ଦ୍ଧିତ ମହଙ୍ଗା ଭତ୍ତା ବା ଡିଏ କାର୍ଯ୍ୟକାରୀ କରିବାକୁ ଅପେକ୍ଷା କରିଥିବା 48 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 65 ଲକ୍ଷ ପେନସନ ଉପୋଭକ୍ତାଙ୍କ ପାଇଁ ଖୁସି ଖବର। ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏକୁ 28% କୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି।

କେନ୍ଦ୍ର କ୍ୟାବିନେଟ ଜୁଲାଇ 1ରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ ଉପୋଭକ୍ତାଙ୍କ ପାଇଁ ଡିଏ ଏବଂ ଡିଆର ହାରକୁ 11 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସରକାର ଡିଏ ହାରକୁ 17% ରୁ 28%କୁ ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ କୁହିଛି ଯେ କର୍ମଚାରୀମାନଙ୍କୁ ଦିଆଯାଉଥିବା ଭତ୍ତା  ଜୁଲାଇ 1ରୁ ଲାଗୁ ହେବ।

Related Articles

Leave a Reply

Back to top button
error: Content is protected !!