?????

କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଅବପାତ ବାତ୍ୟାର ରୂପ ନେଇପାରେ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଏହି ଗୁଲାୂବ ବାତ୍ୟା ଆଗାମୀ 12ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣମ ଭିତରେ ପାସ କରିବ । ଯାହା ଜଣା ପଡୁଛି ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମରେ ଗୁଲାବ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । 4 ରୁ 5 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଘୁର୍ଣ୍ଣିବଳୟ ସେଇକ୍ଲୋନିକ ଷ୍ଟ୍ରମର ରୂପ ନେବ । 60 ରୁ 70 କିମି ବେଗରେ ପବନ ବହିବ ।

ଏବେ ଏସଆରସି ପକ୍ଷରୁ 7 ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି। ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଏହାବାଦ ନୟାଗଡରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି। 42 ଟି ଓଡ୍ରାଫ (10 ରୁ 12), 24 ଟି ଏନଡ଼ିଆରଫ, 102 ରୁ ଉର୍ଦ୍ଧ୍ବ ଫାୟାର ସର୍ଭିସ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି।

ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣ ବର୍ତି ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି ଖଲାସ କରିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!