?????

ୟୁକ୍ରେନରୁ ଫେରିଲେ 7 ଛାତ୍ରଛାତ୍ରୀ, ଝାରସୁଗୁଡା ବିମାନ ବନ୍ଦରରେ ବାପା, ମା ଭାବବିହ୍ୱଳ

ଝାରସୁଗୁଡା: ଯୁଦ୍ଧର ଘନଘଟା ଭିତରେ 7 ଛାତ୍ରଛାତ୍ରୀ ୟୁକ୍ରେନରୁ ଆସି ଶନିବାର ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଏହି ଛାତ୍ରଛାତ୍ରୀ ଖାର୍କିଭ ଓ କିଭରେ ଫସିଥିଲେ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଂଚିଛି । ଖାରକିଭରେ ଅଧିକାଂଶ ଭାରତୀୟ ଫଶି ହୋଇ ରହିଥିଲେ । ଏହାପରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଏକ ଆଡଭାଇଜାରି ଜାରି କରି ସମସ୍ତ ଭାରତୀୟଙ୍କୁ ଖାରକିଭ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଦୂତାବାସ ସମସ୍ତଙ୍କୁ ଉଦ୍ଧାର କରି ପୋଲାଣ୍ଡରେ ଦିଲ୍ଲୀ ଆଣିଥିଲା। ଏହାପରେ ଏହି ଛାତ୍ରଛାତ୍ରୀ ଦିଲ୍ଲୀରୁ ଝାରସୁଗୁଡା ଆସିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଆସିଛନ୍ତି  ସେମାନେ ଝାରସୁଗୁଡ଼ା, ସମ୍ବଲପୁର, ବୁର୍ଲା, ସୁନ୍ଦରଗଡ ଓ ରାଉରକେଲାର । ବିମାନବନ୍ଦରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା ।

ସମ୍ବଲପୁରର ଜାକି ଉଜ୍ ଜମାନ କହିଛନ୍ତି, ଆସିବାରେ ଅନେକ ଅସୁବିଧା ହେଉଥିଲା । 24 ତାରିଖରେ ସ୍ୱଦେଶକୁ ଫେରୁଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଦେଇଥିଲା । ଆଖି ସାମ୍ନାରେ ଆକାଶ ମାର୍ଗରେ ରକେଟ ମାଡ ସହିତ ଘନ ଘନ ସାଇରନ୍ ବାଜୁଥିଲା । ଏହି ସମୟରେ କିଭରେ ଥିଲୁ। ଦୂତାବାସ ଶୀଘ୍ର କିଭ ଛାଡିବାକୁ କହିଥିଲା। ଏହାପରେ ଟ୍ରେନ ଯୋଗେ କିଭ୍ ଛାଡି ହଙ୍ଗେରୀ ଯାଇଥିଲୁ । ପୋଲାଣ୍ଡ ସୀମାରେ କିନ୍ତୁ ଅନେକ ସମସ୍ୟା ଥିଲା ତେଣୁ ହଙ୍ଗେରୀ ଯାଇଥିଲୁ । କିନ୍ତୁ ହୋଙ୍ଗେରୀ ସୀମାରେ ପ୍ରବେଶ କରିବା ପରେ ଭାରତୀୟ ଦୂତାବାସ ସମସ୍ତ ପ୍ରକାର ସହଯୋଗ କରିଥିଲା। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସହଯୋଗ କରିଛନ୍ତି ।

ବନ୍ଧବାହାଳର ସ୍ମୃତିଶିକ୍ତ ବେହେରା କହିଛନ୍ତି, ଖାଇବି ପିଇବା ମହଜୁଦ ଥିଲା ତେଣୁ ସେ ଏତେ ସମସ୍ୟାରେ ପଡିନଥିଲେ । ସେ ରହୁଥିବା ସ୍ଥାନରୁ ରୁଷିଆ 30-40 କିଲୋମିଟର ଦୂରରେ ଥିଲା । କିନ୍ତୁ ପୋଲାଣ୍ଡ ସୀମା ଦୂରରେ ରହୁଥିଲା । ଟ୍ରେନରେ ପୋଲାଣ୍ଡ ଆସିବା ବେଳେ ଆକ୍ରମଣ ଦେଖିଥିଲୁ । ପୋଲାଣ୍ଡ ସୀମାରେ ପହଂଚିବା ପରେ ଭାରତୀୟ ଦୂତାବାସ ସମସ୍ତ ପ୍ରକାର ସହଯୋଗ କରିଥିଲେ। ବିଦେଶରେ କେନ୍ଦ୍ର ସରାକର ସମସ୍ତ ପ୍ରକାର ସହଯୋଗ କରିଥିଲେ । ଦିଲ୍ଲୀରେ ପହଂଚିବା ପରେ ଓଡିଶା ସରକାର ସମସ୍ତ ସହଯୋଗ କରିଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ 13 ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନରେ ଫେରିଥିଲେ।

Related Articles

Leave a Reply

Back to top button
error: Content is protected !!