?????

ତୃତୀୟ ଲହରର ସଙ୍କେତ ଏବେ ନାହିଁ: ନବ ଦାସ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି କୋଭିଡର ତୃତୀୟ ଲହରକୁ ରୋକିବା ପାଇଁ ଜୁନ 17ରେ ସରକାର ଏକ ଏସଓପି ପ୍ରସ୍ତୁତ କରିସାରିଛନ୍ତି। ଏଥିପାଇଁ ସମସ୍ତ ଜିଲ୍ଲପାଳ, କମିଶନରଙ୍କୁ ଗାଇଡ ଲାଇନ୍ ଜାରି କରାଯାଇ ସାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ଛୋଟ ଛୁଆଙ୍କୁ ଏହି ଭାଇରସ ସଂକ୍ରମଣ କରିବାର ସମ୍ଭାବନା ରହିଛି। ତେଣୁ ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି। ରାଜ୍ୟରେ ପ୍ରଥମ ଡୋଜ 1 କୋଟିରୁ ଅଧିକ ଦିଆଯାଇ ସାରିଛି। ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ। ଏବେ କିନ୍ତୁ ତୃତୀୟ ଲହର ଆସିବାର କୌଣସି ସଙ୍କେତ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ହେଲେ ଦେଶରେ କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବୈଜ୍ଞାନିକ କହିଛନ୍ତି ଯଦି କରୋନା ନିୟମ ଠିକ୍ ଭାବରେ ପାଳନ ନହୁଏ ତେବେ ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ପିକରେ ପହଞ୍ଚିପାରେ। ତେବେ ସେ କିନ୍ତୁ କହିଛନ୍ତି ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଏତେ ଭୟାନକ ହେବାର ସମ୍ଭାବନା କମ୍।

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କିନ୍ତୁ କହିଛନ୍ତି ଏବେ ସଙ୍ଗେସଙ୍ଗେ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନା ବହୁତ କମ୍। ଆମେ ଯଦି କୋଭିଡର ସମସ୍ତ ନିୟମ ପାଳନ କରିବା ତାହେଲେ କୋଭିଡର ତୃତୀୟ ଲହର ଆସିବ ବୋଲି କହିହେବନି।

Related Articles

Leave a Reply

Back to top button
error: Content is protected !!