?????

କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିଲା ପରେ ମତାମତ ଦେବି: ଦୀପାଳି ଦାସ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ କର୍ମ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ। ନରସିଂହ ବିଷ୍ଣୁପ୍ରିୟା ଚେରିଟେବୁଲ ଟ୍ରଷ୍ଟର ଆମ୍ବୁଲେନ୍ସ ସେବାର ଉଦଘାଟନ କରିବା ଅବସରରେ ଦୀପାଳି ସାମିଲ ହୋଇ ଏପରି କହିଛନ୍ତି। ଏହି ଅବସରରେ ସେ ତାଙ୍କର ବାପାଙ୍କ ସ୍ମୃତି ଚାରଣ କରିଥିଲେ।

ନବ ଦାସଙ୍କୁ ମନେ ପକାଇ ଦୀପାଳି ନରସିଂହ ବିଷ୍ଣୁପ୍ରିୟା ଚେରିଟେବୁଲ ଟ୍ରଷ୍ଟକୁ ଏକ ଆମ୍ବୁଲାନ୍ସ ଦାନ କରିଛନ୍ତି। ସେ କହିଛନ୍ତି, ତାଙ୍କ ବାପା ନବ ଦାସ ଝାରୁସୁଗୁଡାକୁ ବହୁତ ଭଲ ପାଉଥିଲେ। ଝାରସୁଗୁଡା ବାସୀଙ୍କ ବିକାଶ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ। ଏବେ ସେ ନାହାନ୍ତି ସତ କିନ୍ତୁ ସେ ଭାବିଥିବା କଥାକୁ ପୂରଣ କରିବେ ବୋଲି ଦୀପାଳି କହିଛନ୍ତି।ଏହାବାଦ ତାଙ୍କ ପରିବାର ଝାରସୁଗୁଡା ବାସିଙ୍କ ସହିତ ଅଛନ୍ତି। ଝାରସୁଗୁଡାର କିଭଳି ବିକାଶ ହେବ ତାର ମଙ୍ଗ ଝାରସୁଗୁଡାବାସୀଙ୍କ କାନ୍ଧରେ ରହିଛି। ସେହିପରି ତାଙ୍କ ବାପାଙ୍କ ମୃତ୍ୟୁ ଘଟଣାରେ ତଦନ୍ତକୁ ନେଇ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିଲା ପରେ ସେ ଓ ତାଙ୍କ ପରିବାର ପ୍ରତିକ୍ରିୟା ରଖିବେ।

ବିରୋଧୀ ସିବିଆଇ ତଦନ୍ତ ଦାବି କରୁଥିବା ନେଇ ପ୍ରଶ୍ନରେ ସେ କହିଛନ୍ତି, ନବ ଦାସଙ୍କୁ ସମସ୍ତେ ଭଲ ପାଉଥିଲେ। ଯିଏ ଯେଉଁ ମତ ରଖୁଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ସେ ଏହା ଉପରେ କିଛି କହିବେ ନାହିଁ ବୋଲି ପରୋକ୍ଷରେ କହିଛନ୍ତି। ନବଙ୍କ ହତ୍ୟା ଘଟଣା ପରେ ସେ ଓ ତାଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ଏମିତିକି ନ୍ୟୁଜ ଚ୍ୟାନେଲରେ ଏଭଳି ଖବର ବାରମ୍ବାର ପ୍ରସାରଣ ହେଉଥିବାରୁ ତାଙ୍କ ପରିବାର ଟିଭିରେ ଆଉ ନ୍ୟୁଜ ଦେଖୁନାହାନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ଯ, ଜାନୁଆରୀ 29ରେ ମନ୍ତ୍ରୀ ନବ ଦାସଙ୍କର କାର୍ଯ୍ୟରତ ପୋଲିସ କର୍ମଚାରୀ ଗୋପାଳ ଦାସଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏବେ ମୃତ୍ୟୁକୁ 19 ଦିନ ପୂରଣ ହୋଇଛି। ସଂପୃକ୍ତ ପୋଲିସ କର୍ମଚାରୀ ଏବେ ଗିରଫ ହୋଇଥିବା ବେଳେ ତାଙ୍କର ତିନୋଟି ପର୍ଯ୍ୟାରେ ରିମାଣ୍ଡ ଶେଷ ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସେ ଏବେ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହୋଇଛନ୍ତିl

Related Articles

Leave a Reply

Back to top button
error: Content is protected !!