ମନ୍ତ୍ରୀ ନବ ଦାସଙ୍କ ଛାତିରେ ପଶି ବାହାରିଯାଇଥିବା ଗୁଳି ପାଇଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହେବାର 5 ଦିନ ପରେ କ୍ରାଇମସ୍ପଟରୁ ଗୁଳି ମିଳିଛି। ଯାହାକୁ ପ୍ରଥମ ଦିନରୁ ଖୋଜୁଥିଲା ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ। ଏହି ଗୁଳି ମନ୍ତ୍ରୀ ନବ ଦାସଙ୍କ ଶରୀରରେ ପଶି ବାହାରି ଯାଇଥିଲା ବୋଲି ସୂଚନା ରହିଛି। କ୍ରାଇମସ୍ପଟରେ ସାଇଣ୍ଟିଫିକ୍ ଅଫିସର ଏବଂ ବାଲାଷ୍ଟିକ ଏକ୍ସପୋର୍ଟ ଫାରୋ ଥ୍ରୀ-ଡି କ୍ୟାମେରା ବ୍ୟବହାର କରି ଯାଞ୍ଚ କରୁଥିବା ବେଳେ ଏକ ଗୁଳି ଜବତ କରିଛନ୍ତି। ଯାହାକି ଏହି ହତ୍ୟା ଘଟଣାର ବଡ ପ୍ରମାଣ ଏବଂ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଗୋଟିଏ ବଡ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଗୁଳି ମିଳିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
ଅଭିଯୁକ୍ତର ବନ୍ଧୁକ ଫୁଟିବା ବେଳେ ଗନ ପାଉଡର୍ ବନ୍ଧୁକରୁ ବାହାରିଛି ତାହା ଗୋପାଳର ହାତରେ ଲାଗିଥିବ ତାକୁ ସଂଗ୍ରହ କରି ରଖାଯାଇଛି। ନବଙ୍କ ପୋଷାକରୁ ମଧ୍ୟ ସେହି ଗନ୍ ପାଉଡର ବାହାରିବ। ସେହି ପୋଷାକକୁ ମଧ୍ୟ ପରୀକ୍ଷା ପାଇଁ ରଖାଯାଇଛି। ସେହିପରି ଖୋକା ମଧ୍ୟ ଜବତ ହୋଇଛି। ଏବେ ଏହି ଗୁଳିଟି ସେହି ଖୋକାର କି ନାହିଁ ସ୍ପଷ୍ଟ କରିବ ତଦନ୍ତକାରୀ ଟିମ୍। ଏହପରେ ତଦନ୍ତକାରୀ ପ୍ରମାଣ କରିପାରିବ ଯେ ଗୋପାଳ ହିଁ ନବ ଦାସଙ୍କୁ ଗୁଳିମାରିଥିଲା। ଏହାପରେ କୋର୍ଟରେ ସମସ୍ତ ପ୍ରମାଣ ଦାଖଲ କରି ଅଭିଯୁକ୍ତକୁ ଦୋଷୀ ବୋଲି ପ୍ରମାଣ କରିବ ତଦନ୍ତକାରୀ ଟିମ୍।
ଅନ୍ୟପଟେ ମୃତକଙ୍କ ସଂରକ୍ଷିତ ଭିସେରାକୁ କେମିକାଲ ପରୀକ୍ଷା ଓ ମତାମତ ପାଇଁ ଏସ୍ଏଫ୍ଏସ୍ଏଲ୍, ରସୁଲଗଡ଼କୁ ପଠାଯାଇଛି। ସେହିପରି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଚିକିତ୍ସା ରେକର୍ଡ ଓ ଆର୍ଥିକ କାରବାର ଯାଞ୍ଚ କରାଯାଉଛି। ବ୍ରହ୍ମପୁରରେ ଅଭିଯୁକ୍ତ ଏଏସ୍ଆଇର ବଡ଼ଭାଇଙ୍କୁ ପଚରାଉଚରା କରାଯାଉଥିବା ସୂଚନା ରହିଛି।
ଅନ୍ୟପଟେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କର ଚାରି ଦିନରୁ ଦୁଇ ଦିନ ରିମାଣ୍ଡ ଅବଧି ଶେଷ ହୋଇଛି। ଜେରା ବେଳେ
ଅଭିଯୁକ୍ତର ବୟାନକୁ ଆଧାର କରି ହାତଲେଖା କାଗଜ ବିମାନବନ୍ଦର ଥାନାର ଶୌଚାଳୟ ଟାଙ୍କିରୁ ଉଦ୍ଧାର ହୋଇଥିବା ତଦନ୍ତକାରୀ ଟିମ୍ କହିଛି।