?????

ତୃତୀୟ ଲହର ଆସିବ କି ନାହିଁ ଲୋକଙ୍କ ହାତରେ: ଭି.କେ ପାଲ

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହରକୁ ଲୋକମାନେ ଚାହିଁଲେ ରୋକି ପାରିବେ। ଯଦି କରୋନା ନିୟମକୁ ସଠିକ୍ ଭାବରେ ଲୋକମାନେ ପାଳନ କରିବେ ଏବଂ ଅଧିକ ଲୋକ ଟିକାକରଣ କରନ୍ତି ତେବେ ଏହାକୁ ରୋକା ଯାଇପାରିବ। ସୋମବାର ସାରା ଦେଶରେ 85 ଲକ୍ଷ ଲୋକ ଟୀକାକରଣରେ ସାମିଲ ହେବା ପରେ ପରେ ନୀତି ଆୟୋଗ ସଦସ୍ୟ ଡକ୍ଚର ଭି.କେ ପାଲ ମଙ୍ଗଳବାର ଏହା କହିଛନ୍ତି।

ସେ କହିଛନ୍ତି, ତୃତୀୟ ଲହର ଆସୁଛି କି ନାହିଁ ତାହା ଆମ ହାତରେ ଅଛି। ଯଦି ଆମେ କୋଭିଡ ନିୟମକୁ ଠିକ୍ ଭାବରେ ଅନୁସରଣ କରି ନିଜକୁ ଟିକାକରଣ କରିବା ତେବେ ତୃତୀୟ ଲହର କାହିଁକି ହେବ? ଅନେକ ଦେଶ ଅଛି ଯେଉଁଠି ଦ୍ୱିତୀୟ ଲହର ମଧ୍ୟ ହୋଇନାହିଁ। ଯଦି ଆମେ ସମସ୍ତେ ଅନୁସରଣ କରିବା ତେବେ ଏହି ଅବଧି ଅତିକ୍ରମ କରିପାରିବ। ଯଦି କରୋନାର ସଠିକ୍ ନିୟନ୍ତ୍ରଣ ଅନୁସରଣ କରାଯାଏ ଏବଂ ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଏ ତେବେ ତୃତୀୟ ଲହରକୁ ରୋକା ଯାଇପାରିବ। ଟିକାକରଣ ଜୀବନ ରକ୍ଷା କରୁଛି, ବର୍ତ୍ତମାନ ଟିକା ପାଇବା ପାଇଁ ସର୍ବୋତ୍ତମ ସମୟ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!