?????

ବିଦ୍ୟୁତ ସଂସ୍ଫର୍ଶରେ ଆସି ଯୁବକର ମୃତ୍ୟୁ

ଝାରସୁଗୁଡା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଉଛନ୍ତି 21 ବର୍ଷୀୟ ଭୁଦେବ ମେହେର । ତାଙ୍କ ଘର ରେଙ୍ଗାଲୀ ପୋଲିସ ଅନ୍ତର୍ଗତ ଲୁହାବାଗା ଗାଁରେ। ଜଙ୍ଗଲରେ ଭାଲୁ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ହେଲେ ଏହି ତାର ସଂସ୍ଫର୍ଶରେ ଯୁବକ ଜଣଙ୍କ ଆସିବାରେ ଅକାଳରେ ପ୍ରାଣ ହରାଇଛନ୍ତି ।

ଶନିବାର ସନ୍ଧ୍ୟାରେ ଭୁଦେବ ମେହେର ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ସାଙ୍ଗମାନେ ନିଜ ନିଜ ଘରକୁ ଫେରିଥିଲେ। ହେଲେ ମେହେର ନିଜ ଘରକୁ ଫେରିବା ପାଇଁ ଗୋଟିଏ ସର୍ଟକଟ ବାଟ ବାଛିଥିଲେ । ହେଲେ ବିଧିର ବିଧାନ ଏହି ସର୍ଟକଟ ରାସ୍ତା ସାଜିଲା କାଳ । ମେହେର ଯେତେବେଳେ ଘରକୁ ଫେରିନଥିଲେ ସେତେବେଳେ ପରିବାର ଲୋକେ ସମସ୍ତେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରବିବାର ସକାଳେ ଯେତେବେଳେ ଶିକାରୀ ମାନେ ଜଙ୍ଗଲ ଯାଉଥିଲେ ସେତେବେଳେ ଦେଖିବାକୁ ପାଇଥିଲେ ମେହେରର ମୃତ ଶରୀର । ବିଦ୍ୟୁତ ତାର ସଂସ୍ଫର୍ଶରେ ଆସିବାରୁ ମେହେରର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ରେଙ୍ଗାଲୀ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Back to top button
error: Content is protected !!