?????

ଲକ ଡାଉନରେ ବାଲ୍ୟ ଵିଵାହ ଯୋଜନା, ପୁଲିସ କାନରେ ପଡ଼ିଲା ଖବର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ଲୋଇସିଙ୍ଘା ପଞ୍ଚାୟତରେ ପହଞ୍ଚି ଏକ ବାଲ୍ୟ ବିବାହକୁ ରୋକିବାରେ ସକ୍ଷମ ହୋଇଛି ଚାଇଲଡ ଲାଇନ ଟିମ୍। ଚାଇଲଡ଼ ଲାଇନ ଟିମ୍ ଓ ପୁଲିସ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଉଦ୍ୟମରେ ଏହି ବିବାହ ଉପରେ ରୋକ୍ ଲଗାଯାଇଛି। ଗତକାଲି ବାଲ୍ୟ ବିବାହର ସୂଚନା ଚାଇଲଡ଼ ଲାଇନ ପାଖରେ ପହଞ୍ଚିଥିଲା। ଏହାପରେ ଚାଇଲଡ଼ଲାଇନର ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏ ବିଷୟରେ ସିଡିପିଓ ସୁପ୍ରଭା ମହାପାତ୍ର ଏବଂ ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ମଧ୍ୟ ବାଲ୍ୟ ବିବାହକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।

ଲୋଇସିଙ୍ଘା ପଂଚାୟତର ଗୋଟିଏ ଗାଁରେ ଜଣେ ୨୦ ବର୍ଷୀୟ ଯୁବକ ପ୍ରେମ ସମ୍ପର୍କ ସ୍ଥାପନ କରି ଲାଇକେରା ବ୍ଲକର ନିକ୍ତିମାଲ ପଂଚାୟତର ଗୋଟିଏ ଗାଁରେ ଏକ ୧୭ ବର୍ଷୀୟ ନାବାଳିକାକୁ ୧୫ଦିନ ହେବ ନିଜ ଘରକୁ ଆଣି ରଖିଥିଲେ। ଏହାପରେ ନିଜ ପରିବାର ବର୍ଗର ସହମତିରେ ଆଜି ବିବାହର ଲଗ୍ନ ଧାର୍ଯ୍ୟ କରାଯାଇଥିଲା।

ଆଉ ଏହା ଚାଇଲଡ଼ ଲାଇନ ଟିମ୍ ଯୁବକଙ୍କ ଘରକୁ ଆସି ବିବାହ ରୋକିବାକୁ ଯାଇଥିଲେ। ସେଇ ସମୟରେ ଯୁବକଙ୍କ ଘରେ ନାବାଳିକା ନ ଥିଲା ଏବଂ ଯୁବକଙ୍କ ପରିବାର ବର୍ଗ କହିଥିଲେ ଯେ ନାବାଳିକାଙ୍କୁ ଗତକାଲି ଆସି ତାଙ୍କ ଘରକୁ ନେଇଯାଇଛନ୍ତି।

ଯୁବକଙ୍କ ପରିବାର ଲୋକେ ଚାଇଲଡ଼ ଲାଇନକୁ ଖବର ଯାଇଛି ବୋଲି ଏମିତି କରିଥିଲେ ବୋଲି ଜଣାପଡ଼ିଛି। ଯୁବକଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀଙ୍କୁ ପ୍ରଶାସନିକ ଅଧିକାରୀ ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ବୁଝେଇଥିଲେ। ଯୁବକଙ୍କର ପରିବାର ବର୍ଗ ଆଇନ ବିଷୟରେ ବୁଝି ସାରିଲା ପରେ ନାବାଳିକାକୁ ୧୮ ବର୍ଷ ପୂରଣ ହେଲା ପରେ ତାଙ୍କ ପୁଅ ସାଙ୍ଗରେ ବିବାହ କରାଇବେ ବୋଲି ଲିଖିତ ରାଜିନାମା ପତ୍ର ଦାଖଲ କରିଥିଲେ। ଏହାର ସୂଚନାପୂର୍ବକ ଚାଇଲଡ଼ ଲାଇନ ପକ୍ଷରୁ ଗାନ୍ଧୀଛକ ଫାଣ୍ଡିରେ ଷ୍ଟେସନ ଡାଏରି କରାଯାଇଥିଲା। ତାପରେ ଚାଇଲଡ଼ ଲାଇନର ନାବାଳିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସାଙ୍ଗରେ ଆଲୋଚନା କରିଥଲେ।

ନାବାଳିକାର ବାପା ମା କହିବାନୁଯାୟୀ ତାଙ୍କ ଝିଅ ଓ ସେଇ ଯୁବକ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ତାଙ୍କ ଝିଅ ସେଇ ଯୁବକଙ୍କ ଘରକୁ ଯାଇଥିଲା କିନ୍ତୁ ଗତକାଲି ରାତିରେ ଯାଇ ସେମାନେ ନିଜ ଝିଅକୁ ତାଙ୍କ ଘରୁ ନିଜ ଘରକୁ ନେଇ ଆସିଥିଲେ। ନାବାଳିକାର ବାପା ମା ତାଙ୍କ ଝିଅକୁ ୧୮ ବର୍ଷ ପୂରଣ ହେଲେ ବିବାହ କରିବୁ ବୋଲି ଲିଖିତ ରାଜିନାମା ଦାଖଲ କରିଥିଲେ। ନାବାଳିକାଙ୍କୁ ଚାଇଲଡ଼ ଲାଇନ ତରଫରୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା। ନାବାଳିକାର ବାପା ମା ନିଜ ଜିମାରେ ରଖିବୁ ବୋଲି ଶିଶୁ ମଙ୍ଗଳ କମିଟିକୁ ନିବେଦନ କରିଥିଲେ। କମିଟିର ନିର୍ଦ୍ଦେଶ କ୍ରମେ ନାବାଳିକା ଏବେ ତା ବାପା ମା ପାଖରେ ରହିବ ବୋଲି ଚାଇଲଡ଼ ଲାଇନ ଜିଲ୍ଲା ସଂଯୋଜକ ପଣ୍ଡା କହିଛନ୍ତି।

Related Articles

Leave a Reply

Back to top button
error: Content is protected !!