ଚାହିଦା ତୁଳନାରେ ଓଡ଼ିଶାକୁ କେନ୍ଦ୍ର ଦେଉଛି କମ୍ ଟିକା, ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟ ପାଖରେ ଏବେ 6.04 ଲକ୍ଷ ଟିକା ରହିଛି। ଦୈନିକ ଏବେ ଟିକା ନେଉଛନ୍ତି 3 ଲକ୍ଷ। ତେଣୁ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ ଟିକା। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର। ତେବେ ସୋମବାର ରାଜ୍ୟରେ 4.02 ଲକ୍ଷ ଲୋକ ଟିକା ନେଇଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଆସନ୍ତା ଦୁଇ ଦିନ ମଧ୍ୟରେ ଟିକା ଶେଷ ହୋଇଯିବ ବୋଲି କେନ୍ଦ୍ରକୁ ଚିଠି ଲେଖି ଅବଗତ କରାଇଛନ୍ତି। ଯେତକ ଟିକା ରହିଛି ଆଗାମୀ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ। ଅଧିକାଂଶ ଏବେ ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିବା ସଚିବ କହିଛନ୍ତି।
ଜୁଲାଇରେ 25.31 ଲକ୍ଷ କୋଭିଶିଲ୍ଡ ଡୋଜ ସରକାର ଦେବେ ବୋଲି କହିଥିବା ବେଳେ ଜୁଲାଇ ମାସରେ 28.31 ଲକ୍ଷ ଦ୍ୱିତୀୟ ଡୋଜ ନେବେ ବୋଲି ଜଣାପଡ଼ିଛି। ତେଣୁ ଅତିରିକ୍ତ 15 ଲକ୍ଷ ଟିକା କେନ୍ଦ୍ର ସରକାର ଯୋଗାଇ ଦେବା ଦରକାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ।