?????

ଝାରସୁଗୁଡ଼ା ସମେତ ଏହି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଦୋକାନ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟର ଅନଲକ ନୁହେଁ ବରଂ ଲକଡାଉନ ନିୟମରେ ଆଂଶିକ କୋହଳ କରିଛନ୍ତି ସରକାର। କୋଭିଡ ପଜିଟିଭିଟି ହାରକୁ ଆଧାର କରି ରାଜ୍ୟ ସରକାର ଜିଲ୍ଲାଗୁଡ଼ିକୁ ଶ୍ରେଣୀଭୁକ୍ତ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶା ଯେଉଁଠି ପଜିଟିଭିଟି ହାର 5 ପ୍ରତିଶତ କିମ୍ବା ତା’ଠାରୁ କମ୍ ରହିଛି। ସେହିପରି ବର୍ଗ ବି ଜିଲ୍ଲାଗୁଡ଼ିକରେ ଅଧିକ ପଜିଟିଭିଟି ହାର ଅଧିକ ରହିଛି।

ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ସକାଳ ୬ଟାରୁ ସନ୍ଧ୍ୟା ୫ଟା: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା।
ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ।

ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନେ କେବଳ ପାର୍ସଲ ଦେଇପାରିବେ। ମଲ୍‌, ଜିମ୍‌, ସେଲୁନ୍‌ ଓ ସ୍ପା ଆଦି ବନ୍ଦ ରହିବ। ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ।

ଇଲେକଟ୍ରିକାଲ ଦୋକାନ ଏବଂ ଗାଡି ଗ୍ୟାରେଜ ମରାମତି ଦୋକାନ ମଧ୍ୟ ଖୋଲା ରହିବ। ରାସ୍ତା କଡ଼ରେ ଉଠା ଦୋକାନୀ ଖାଦ୍ୟ ବିକ୍ରି କରିପାରିବେ। ହେଲେ ପାଖରେ କେହି ଛିଡ଼ା ହୋଇ ଖାଇାପାରିବେ ନାହିଁ। ସମସ୍ତ ଜରୁରୀ ସେବା, ସାମଗ୍ରୀ ପରିବହନ, ଶିଳ୍ପ କାର୍ଯ୍ୟକଳାପ, ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। କିନ୍ତୁ ଏହି ସମୟ ମଧ୍ୟରେ ସର୍ବସାଧାରଣ ବସ୍ ଚଳାଚଳ କରିବ ନାହିଁ। ବିବାହ, ଅନ୍ତ୍ୟେଷ୍ଟି, ସଭା, ସାମାଜିକ ସମାବେଶ, ମନ୍ଦିର ଖୋଲିବା ସମ୍ବନ୍ଧୀୟ ସମସ୍ତ ପ୍ରତିବନ୍ଧକ ପୂର୍ବପରି ଜାରି ରହିବ।

 

Related Articles

Leave a Reply

Back to top button
error: Content is protected !!