?????

ନୂଆଖାଇ ବେଳେ ଝାରସୁଗୁଡ଼ା-ଦିଲ୍ଲୀ ବିମାନ ସେବା ବନ୍ଦ

ଝାରସୁଗୁଡା: ନୂଆଖାଇ ପାଇଁ ପଶ୍ଚିମ ଓଡିଶାରେ କୁଣିଆଙ୍କର ଭିଡ ଜମିଲାଣି। ଗଣପର୍ବ ନୂଆ ଖାଇ ପାଳନ କରିବାକୁ ଘରୁ ବାହାରେ ଥିବା ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ ସମସ୍ତେ ଏବେ ନିଜ ଘର ମୁହାଁ। ଏହି ସମୟରେ କିନ୍ତୁ ଝାରସୁଗୁଡା-ଦିଲ୍ଲୀ ବିମାନ ସେବା କୌଣସି କାରଣ ଯୋଗୁଁ ସାମୟିକ ଭାବେ ବନ୍ଦ ହୋଇଛି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ବିମାନ ସେବା ଆସନ୍ତା ୩୧ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହୁଥିବା ଜଣାପଡିଛି। ୧ ତାରିଖ ନୂଆଖାଇ ରହିଛି। ତେଣୁ ରାଜ୍ୟ ବାହାରେ ଥିବା ବ୍ୟକ୍ତି ବିମାନ ଯୋଗେ ଆସିବା ସମ୍ଭବ ନୁହେଁ। ଯଦି ଆସିବେ ତାହେଲେ ୩୧ ତାରିଖ ପୂର୍ବରୁ ଏବଂ ପୁଣି ନିଜ ନିଜ ସ୍ଥାନକୁ ଫେରିବାକୁ ହେଲେ ୩ ତାରିଖ ଯାଏ ଅପେକ୍ଷା କରିବାକୁ ହେବ। ଯାହାକୁ ନେଇ ପଶ୍ଚିମ ଓଡିଶାର ଅନେକ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଅନ୍ୟପଟେ ନୂଆଖାଇ ପର ପରେ ଗଣେଶ ପୂଜା ରହିଥିବାରୁ ଲୋକେ ଛୁଟିରେ ଆସିବାକୁ ପ୍ରସ୍ତୁତ ହେଉଥିଲେ ଏଥିପାଇଁ ଟିକେଟ୍ ମଧ୍ୟ କରିସାରିଥିଲେ। ହେଲେ ବିମାନ ଏବେ ଟିକେଟ ବାତିଲା କରିଦେବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟରୁ ଝାରସୁଗୁ଼ଡାରୁ ବାଙ୍ଗାଲୋର ଏବଂ କଲିକତା ବିମାନ ସେବା ବନ୍ଦ ରହିଛି। ଚେନ୍ନାଇ ବିମାନ ମଧ୍ୟ କିଛି ଦିନ ପରେ ବନ୍ଦ ହୋଇଯାଇଛି। ମୁମ୍ବାଇ ବିମାନ ଉଡ଼ାଣ ପାଇଁ ବାରମ୍ବାର ଘୋଷଣ ହେଉଥିଲେ ମଧ୍ୟ ତାହା ଉଡୁନାହିଁ। ହାଇଦ୍ରାବାଦକୁ ୧୦ ଦିନ ହେଲା ସେବା ବନ୍ଦ ରହିଥିବା ବେଳେ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାର ସମ୍ଭାବନା ନାହିଁ। ତେଣୁ ଲୋକେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ବିମାନ ସେବା ଉପରେ ଭରସା କରିପାରୁ ନାହାନ୍ତି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଯାତ୍ରୀ ରାୟପୁର ଓ ରାଞ୍ଚି ବିମାନ ବନ୍ଦରକୁ ଆସି ନିଜ ନିଜ ଘରକୁ ଆସୁଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!