?????

ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ‘ଜଓ୍ୱାଦ’

ଭୁବନେଶ୍ୱର: ଆଣ୍ଡାମାନ ପାଖରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେଇଛି। ଏବେ ଏହା ଗୋପାଳପୁର ଠାରୁ ୧୦୨୦ କିଲୋମିଟର ଦୂରରେ ଥିବା ବେଳେ ପାରାଦ୍ୱୀପଠାରୁ ୧୦୬୦ କିଲୋମିଟର ଦୂରରେ ରହିଛି । ଅବପାତ ନେବା ପରେ ଏବେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଆଡ଼କୁ ଗତି କରିବ । ଚାରି ତାରିଖରେ ଏହା ଉତ୍ତର ଉତ୍ତର ପୂର୍ବ ଦିଗକୁ ରିକର୍ଭ କରିବା ସମ୍ଭାବନା ରହିଛି। କେଉଁ ସ୍ଥାନରୁ ରିକର୍ଭ କରିବ, କେଉଁ ଜାଗାରେ ସ୍ଥଳ ଭାଗ ଛୁଇଁବ, ସ୍ଥଳ ଭାଗ ଛୁଇଁବ ନା ନାହିଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇ ନାହିଁ ।

କିନ୍ତୁ ଏବେ ଏହା ଅବପାତର ରୁପ ନେଇସାରିଥିବାରୁ ବାତ୍ୟାର ଆଖି ଖୁବଶୀଘ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି। ବାତ୍ୟା ରୂପ ନେବାପରେ ଏହା ପ୍ରଭାବରେ ଉତ୍ତର ଆନ୍ଧ୍ର ଉପକୂଳ ଓ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ, ପବନର ବେଗ ବଢିବ । ୪ ବେଳକୁ ଗଞ୍ଜାମ ଗଜପତି ଖୋର୍ଦ୍ଧା ପୁରୀ ଇତ୍ୟାଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା କେଉଁଠି ଦିଗ ପରିବର୍ତ୍ତନ କରିବ ତା ଉପରେ ନିର୍ଭର କରୁଛି ଓଡ଼ିଶାରେ କଣ ପ୍ରଭାବ ପଡିବ । ଆସନ୍ତାକାଲି ସୁଦ୍ଧା ଏହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ମସ୍ୟ ଓ କୃଷି ବିଭାଗକୁ ସତର୍କ କରାଯାଇଛି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ମସ୍ୟଜୀବୀ କୁଳକୁ ଫେରିଛନ୍ତି । କେବଳ ଚିଲିକାରେ କିଛି ମସ୍ୟଜୀବୀ ଭିତରେ ଅଛନ୍ତି । ସେମାନେ ଆଜି କିମ୍ବା କାଲି ସକାଳ ସୁଧା ଫେରିବେ।
୩ ତାରିଖରୁ ୫ ତାରିଖ ଯାଏଁ ମାଛ ଧରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ଥିବାରୁ ସର୍ବମୋଟ ୬୦ଟି ଓଡ୍ରାଫ ଟିମ୍, ୩୪ଟି ଏନଡିଆରଏଫ, ୧୭୨ଟି ଅଗ୍ନିଶମ ଟିମ୍ ସର୍ବମୋଟ ୨୬୬ଟି ଟିମ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୨୫ ଟିମ୍ ମୁତୟନ ହୋଇସାରିଛନ୍ତି । ୫୧ଟି ଟିମ୍ ହାତରେ ଅଛି ।

ତଳିଆ ଅଞ୍ଚଳରେ କଚ୍ଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟୀ ସ୍ଥଳୀକୁ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟୀ ସ୍ଥଳରେ କୋଭିଡ ନିୟମ ପାଳନ କରାଯିବ, ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରାଯିବ, ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବିଜୁଳି,ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Back to top button
error: Content is protected !!