ପଞ୍ଚାୟତ ନିର୍ବାଚନ: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 82.10 ପ୍ରତିଶତ ମତଦାନ
ଝାରସୁଗୁଡା: ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛିି । ଝାରସୁଗୁଡା ଜିଲ୍ଲାରେ 82.10 ପ୍ରତିଶତରୁ ଅଧିକ ମତଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡା ଜିଲ୍ଲାର କିର୍ମିରା, ଲାଇକେରା ଏବଂ ଝାରସୁଗୁଡା ବ୍ଲକରେେ ମତଦାନ ହୋଇଛି। ଯେଉଁଥିରେ କିର୍ମିରା ବ୍ଲକରେ 80.50 ପ୍ରତିଶତ, ଲାଇକେରା ବ୍ଲକରେ 84.59 ପ୍ରତିଶତ ଏବଂ ଝାରସୁଗୁଡା ବ୍ଲକରେ 81.20 ପ୍ରତିଶତ ମତଦାନ ରେକର୍ଡ ହୋଇଛି।
The percentage of poll today in our district is 82.1%. The turn out is one of the heavy ones in the state. Thank the people of the district for making the democracy succeed.
— DM_Jharsuguda (@dm_jharsuguda) February 16, 2022
ମତଦାନ ଆରମ୍ଭ ପୂର୍ବରୁ ଅନେକ ଭୋଟର ସକାଳୁ ସକାଳୁ ମତଦାନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 1ଟାରେ ଶେଷ ହୋଇଛି । ଏହି ପ୍ରଥମ ପର୍ଯ୍ୟାୟରେ 68ଟି ସମ୍ବେଦନଶୀଳ ବୁଥ୍ ସମେତ 432ଟି ବୁଥରେ 36 ଜଣ ସରପଞ୍ଚ ଏବଂ 36 ଜଣ ସମିତି ସଦସ୍ୟ 432 ୱାର୍ଡ ମେମ୍ବର ଏବଂ 5 ଜଣ ଜିଲ୍ଲା ପରିଷଦ ପାଇଁ ଭୋଟ୍ ପଡିଛି ।