ଚାକିରି ଦେବା ନାଁରେ ଠକେଇ କରୁଥିଲେ, ବାନ୍ଧିଲା ପୋଲିସ
ଝାରସୁଗୁଡା: ଚାକିରେ ଦେବା ନାଁରେ ଏକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଖୋଲି ଠକେଇ କରୁଥିବା ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବେହେରମାଲରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବସନ୍ତ ଲାଲ ଓରଫ ଆଲୋକ । ବୟସ 24, ଘର ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲା ଏବଂ ଅନ୍ୟ ଜଣେ ମହମ୍ମଦ ଆସଲାମ ଓରଫ ରାଜ୍ । ବୟସ 28 ଘର ଉତ୍ତର ପ୍ରଦେଶର କନୋଜ ଜିଲ୍ଲାର।
ଝାରସୁଗୁଡ଼ା ଥାନା ଅଧିକାରୀ ରାହୁଲ ଜୈନ କହିଛନ୍ତି ଯେ ଦୁହେଁ ବରଗଡ଼ର ବିଭିନ୍ନ ଗାଁକୁ ଯାଇ ନିଯୁକ୍ତି ବାବଦରେ ପ୍ରଲୋଭନ ଦେଖାଇଥିଲେ। ଏମିତିକି ଚାକିରି ଆଶାୟୀଙ୍କୁ ଆକୃଷ୍ଟ କରିବାକୁ ଯାଇ ବିଜ୍ଞାପନ ଦେଇଥିଲେ । ମହିନ୍ଦ୍ରା ସୋ’ରୁମରେ ଚାକିରି ଦେବା ପାଇଁ ଆଶାୟୀଙ୍କୁ ବିଜ୍ଞାପନ ଜରିଆରେ ପ୍ରଲୋଭିତ କରିଥିବା ଅଭିଯୋଗ ରହିଛି। ଚାକିରି କଲେ ମାସିକ 20 ହଜାରରୁ 25 ହଜାର ଟଙ୍କାର ପ୍ରଲୋଭନ ଦେଖାଇଥିବା ଅଭିଯୋଗ ରହିଛି । ଏହି ନକଲି ବିଜ୍ଞାପନର ଶିକାର ହୋଇ ସୋନପୁର, ଦେବଗଡ଼, ସମ୍ବଲପୁର ଜିଲ୍ଲାର ଅନେକ ଠକେଇର ଶିକାର ହୋଇଥିବା ଅଭିଯୋଗ ରହିଛି। କାରଣ ଚାକିରି ପାଇଁ ଜଣ ପିଛା ହଜାରେ 500 ଟଙ୍କା ଦେଇଥିବା ଅଭିଯୋଗ ରହିଛି।
ଝାରସୁଗୁଡ଼ା ରେଲଓ୍ୱେ କଲୋନୀର ଶାନ୍ତିଲତା ସାହୁ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଏବଂ ଏତଲା ପରେ ଫେରାର ହୋଇୟାଇଥିଲେ। ଏକ ସ୍ୱତନ୍ତ୍ର ଟିମ୍ ଝାଡ଼ଖଣ୍ଡର ଜାମସେଦପୁରରୁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ଆଲୋକ ଓ ରାଜା ନକଲି ଆଧାର କାର୍ଡ ଦେଖାଇ ଭଡ଼ା ଘରେ ରହୁଥିଲେ। ପୋଲିସ ଗିରଫ କରିବା ବେଳେ ଦୁଇ ଅଭିଯୁକ୍ତଙ୍କ ପାଖରୁ ନଗଦ 20 ହଜାର ଟଙ୍କା, 4ଟି ମୋବାଇଲ, ବିଜ୍ଞାପନ ସାମଗ୍ରୀ, ବ୍ୟାନର, ମନି ରସିଦ ଆଦି ଜବତ କରିଛି।