କୋଭିଡ୍ ମହାମାରୀ ବେଳେ ଭାବମୂର୍ତ୍ତି ତୁଳନାରେ ଜୀବନ ଗୁରୁତ୍ୱପୂର୍ଣ୍ଣ: ଅନୁପମ ଖେର
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଯାହା ଘଟୁଛି ସେଥିପାଇଁ ସରକାର ଦାୟୀ। ବୁଧବାର ଅଭିନେତା ଅନୁପମ ଖେର ଏହା କହିଛନ୍ତି। ଯଏକି ବିଜେପିର ବହୁ ନିକଟତର। କାରଣ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କିରଣ ଖେର ଚଣ୍ଡିଗଡର ବିଜେପି ସାଂସଦ। ମୋଦି ସରକାର ପ୍ରତି ଆନୁଗତ୍ୟ ଦେଖାଉଥିବା ଏହି ଭେଟେରାନ ଅଭିନେତା ଏବେ ସମାଲୋଚନା କରିବା ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ନ୍ୟୁଜ୍ ଚ୍ୟାନେଲକୁ ଅନୁପମ ଖେର ସାକ୍ଷାତକାର ଦେଇ କହିଛନ୍ତି ଯେ ସରକାର ସ୍ୱାସ୍ଥ୍ୟ ସଙ୍କଟ ବେଳେ ଠିକ୍ ଭାବରେ ପରିଚାଳନା କରି ନାହାନ୍ତି। ତେଣୁ ଅଘଟଣ ଘଟୁଛି। କିନ୍ତୁ ଅନ୍ୟ ରାଜନୀତିକ ଦଳମାନେ ମଧ୍ୟ ଏହି ତ୍ରୁଟିର ଫାଇଦା ଉଠାଇବା ଠିକ୍ ନୁହେଁ। ଗଙ୍ଗା ଏବଂ ଅନ୍ୟାନ୍ୟ ନଦୀରେ ଅନେକ ଶବ ଭାସିବା ବିଷୟରେ ଖେର କହିଛନ୍ତି ଯେ ଅନେକ କ୍ଷେତ୍ରରେ ସମାଲୋଚନା ବୈଧ। ହେଲେ ସରକାର ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଦରକାର। ନଦୀରେ କିଭଳି ଲୋକମାନେ ଶବ ନଫିଙ୍ଗିବେ ସେଥିପ୍ରତି ପ୍ରଶାସନକୁ ଅବଗତ କରାଇବା ଦରକାର। ମହାମାରୀ ବେଳେ ଯାହା ଘଟୁଛି ଲୋକ କ୍ରୋଧିତ ହେବା ସ୍ୱାଭାବିକ। ଆଉ ଯାହା ଘଟୁଛି ସେଥିପାଇଁ ସରକାରଙ୍କୁ ଦାୟୀ କରିବା ଆବଶ୍ୟକ।