?????
ବାଇକକୁ ପିଟିଲା ଟ୍ରକ, ଚାଲିଗଲେ ଦୀନବନ୍ଧୁ

ଝାରସୁଗୁଡା: ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି। ସୋମବାର କୋଲାବିରା ଥାନା ଅନ୍ତର୍ଗତ ସନ୍ୟାସିପାଲି ଛକରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ 50 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଜଣଙ୍କ ସନ୍ୟାସିପାଲିର ଦିନବନ୍ଧୁ ମାଝି ବୋଲି ଜଣାପଡିଛି।
ସୋମବାର ଦିନବନ୍ଧୁ ନିଜ ବାଇକରେ କୁଚିନ୍ଦା ଠାରୁ କୋଲାବିରାକୁ ଆସୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତା ରୋକ କରିଥିଲେ। ଏହାପରେ ଅତିରିକ୍ତ ତହସିଲଦାର ଏବଂ ଆଇଆଇସି ସୁକୁମାର ତ୍ରିପାଠୀଙ୍କ ହସ୍ତକ୍ଷେପ ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧରୁ ହଟିଥିଲେ।