?????

ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ରାଜ୍ୟରେ କରୋନା ପରିସ୍ଥିତିର ସମୀକ୍ଷା କରିଥିଲେ।

ବୈଠକ ପରେ ନବୀନ କହିଛନ୍ତି, ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁଯାୟୀ ଯଦି ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିପାରେ। ହେଲେ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଯଦିଓ ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଏହା ଆତ୍ମସନ୍ତୋଷ ଜନକ ନୁହେଁ। ଅଧିକ ସତର୍କତା ସହିତ କରୋନା ଠାରୁ ଲୋକଙ୍କୁ ରକ୍ଷା କରିବାକୁ  ହେବ।

ସ୍ୱାସ୍ଥ୍ୟ ତାଙ୍କ ସରକାରର ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ଜୀବନ ଅମୂଲ୍ୟ ହେଉଛି ରାଜ୍ୟ ସ୍ୱାସ୍ଥ୍ୟ ନୀତିର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସ୍ୱାସ୍ଥ୍ୟ ସୁବିଧା ତଥା ମାନବ ସମ୍ବଳକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ନବୀନ କହିଛନ୍ତି। ସେ କହିଛନ୍ତି ଯେ ଲୋକ ମାନେ ଯେମିତି କୌଣସି ଅସୁବିଧାରେ ନପଡ଼ିବେ ତାହା ଜିଲ୍ଲା ପ୍ରଶାସନର ଦାୟିତ୍ୱ।

ତେଣୁ ପୋଲିସ ଷ୍ଟେସନ ଠାରୁ ଆରମ୍ଭ କରି ଏସପି ଏବଂ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ପଡିବ ଯେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ନବୀନ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!