?????

ଆଖିରେ ଅନ୍ଧ ପୁଟୁଳି ନବାନ୍ଧି ଜିଲ୍ଲାର ସ୍ୱାସ୍ଥ୍ୟାବସ୍ଥା ଉପରେ ଗୁରୁତ୍ୱ ଦିଅନ୍ତୁ ମନ୍ତ୍ରୀ ନବ ଦାସ: ଟଙ୍କ ଧର

ଝାରସୁଗୁଡ଼ା: ପଶ୍ଚିମ ଓଡିଶା ବିଶେଷ ଭାବରେ ନିଜର ଗୃହ ଜିଲ୍ଲା ଝାରସୁଗୁଡାରେ ବଢୁଥିବା ସଂକ୍ରମଣକୁ କିପରି ପ୍ରତିହତ କରାଯାଇପାରିବ ତାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ।ା ଏହି ଅଂଚଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି।

ଏହି ସବୁ ପ୍ରକାର ବ୍ୟବସ୍ଥାକୁ ଅନୁମେୟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଥିବା ପରି ମନେ ହେଉଛି ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ପଶ୍ଚିମ ଓଡିଶା ଓ ଝାରସୁଗୁଡା ଜିଲ୍ଲାରେ କରୋନାର ଭୟଙ୍କର ସ୍ଥିତି ପାଇଁ ଖୋଦ ମନ୍ତ୍ରୀ ଦାୟୀ । ଅବ୍ୟବସ୍ଥା କାରଣରୁ ଜିଲ୍ଲାରେ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ହୋଇପାରୁନାହିଁ ।

କୋଭିଡ଼୍ ଟେଷ୍ଟିଂ ରିପୋର୍ଟ ପାଇବା ପାଇଁ ୪ ରୁ ୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି । ଆରଟିପିସିଆର ଟେଷ୍ଟ୍ କମ୍ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ବୁର୍ଲାରେ ଏବଂ ରାଉରକେଲାରେ କେବଳ ଟେଷ୍ଟିଂ ସୁବିଧା ରହିଛି । ଗୋଟେ ରୋଗୀର ସାମ୍ପଲ ଆସି ରୋପୋର୍ଟ ପହଁଚିବା ପାଇଁ ୭୨ ଘଂଟାରୁ କମ୍ ସମୟ ଲାଗୁନାହିଁ। ଏଥିପାଇଁ ଟ୍ରେସିଂ ବ୍ୟବସ୍ଥାରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଟିକାକରଣ ବ୍ୟବସ୍ଥାର ମଧ୍ୟ
ସଠିକ୍ ପରିଚାଳନା ମଧ୍ୟ ଦୁର୍ଭାଗ୍ୟଜନକ।

ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ପରିଚାଳନା ଦାୟିତ୍ୱରେ ଅଛି । ମାତ୍ର ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ କେବଳ ହାତ ଆଉଜି ବସିଗଲା ପରେ ଲାଗୁଛି । ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ନବ ଦାସଙ୍କ ଦାୟିତ୍ୱ ସମଗ୍ର ରାଜ୍ୟର ଥିବା ବେଳେ ନିଜର ଗୃହ ଜିଲ୍ଲାକୁ ମଧ୍ୟ ସମ୍ଭାଳୁ ପାରୁନାହାନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଛତିଶଗଡକୁ ଲାଗିଥିବା ବେଳେ ତାଙ୍କ ପାଇଁ ଏହି କଠିନ ସମୟରେ ଆହ୍ୱାନ ବହୁତ ଗୁଡ଼ିଏ ଅଛି । ସେ ନିଜ ଗୃହ ଜିଲ୍ଲାର ତ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି ତେବେ ରାଜ୍ୟର ଦାୟିତ୍ୱ କେମିତି ସମ୍ଭାଳିବେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

ବର୍ତମାନର ସଂକଟ ସମୟରେ ପଶ୍ଚିମ ଓଡିଶା ତଥା ଝାରସୁଗୁଡା ଜିଲ୍ଲାରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ କିପରି ଉତମ ସୁବିଧା ଦିଆଯାଇପାରିବ ଏବଂ ଟେଷ୍ଟିଂ, ଟ୍ରେସି ଏବଂ ଟ୍ରିଟମେଂଟ୍ କିଭଳି ଠିକ୍‌ ହୋଇପାରିବ ତା’ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ୍ ବୋଲି ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି ।

Related Articles

Leave a Reply

Back to top button
error: Content is protected !!